ଓଡିଶା

odisha

ETV Bharat / state

ସହକାରୀ ଜିଲ୍ଲାପାଳ ପତ୍ନୀଙ୍କ ନାମରେ ଜାଲ ବିପିଏଲ କାର୍ଡ ଅଭିଯୋଗ - Malkangiri Asisstant Collectors wife BPL card

ମାଲକାନଗିରି ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜରୁରୀକାଳୀନ ବିଭାଗର ସହକାରୀ କଲେକ୍ଟର ଭାବେ କାର୍ଯ୍ୟ କରୁଥିବା ଲଲିତ ମଣ୍ଡଳଙ୍କ ପତ୍ନୀଙ୍କ ନାମରେ ବିପିଏଲ କାର୍ଡ ରହିଥିବା ଅଭିଯୋଗ ହୋଇଛି (Malkangiri Asisstant Collectors wife BPL card)। ସରକାରଙ୍କୁ ଖଜଣା ଫାଙ୍କୁଥିବା ଅଭିଯୋଗ । ଅଧିକ ପଢନ୍ତୁ

Fake BPL card issued in the name of Deputy Collector's wife
ଡେପୁଟି କଲେକ୍ଟରଙ୍କ ପତ୍ନୀଙ୍କ ନାମରେ ହୋଇଛି ଜାଲ ବିପିଏଲ କାର୍ଡ

By

Published : Aug 21, 2022, 10:38 PM IST

ମାଲକାନଗିରି:ଜିଲ୍ଲା ସହକାରୀ ଜିଲ୍ଲାପାଳଙ୍କ ପତ୍ନୀଙ୍କ ନାମରେ ରହିଛି ଜାଲ୍‌ ବିପିଏଲ କାର୍ଡ(BPL card corruption in Malkangiri) । ଘର ଡିହ ଖଜଣା କମାଇବା ପାଇଁ ସହକାରୀ ଜିଲ୍ଲାପାଳଙ୍କ ପତ୍ନୀଙ୍କ ନାମରେ ବିପିଏଲ୍‌ କରିଥିବା ଅଭିଯୋଗ ହୋଇଛି । ବିଭିନ୍ନ ସମୟରେ ଚଞ୍ଚକତା କରି ସହକାରୀ ଜିଲ୍ଲାପାଳ ସରକାରୀ ସୁବିଧା ପାଉଥିବା ଅଭିଯୋଗ ହୋଇଛି (Malkangiri Asisstant Collectors wife BPL card)। ତେବେ ବିପିଏଲ କାର୍ଡ ପ୍ରସ୍ତୁତ କରୁଥିବା କର୍ମଚାରୀମାନେ ମଧ୍ୟ ଏହି ଚଞ୍ଚକତାର କିଭଳି ସୁରାକ ପାଇଲେ ନାହିଁ ନା ଅଧିକାରୀଙ୍କ ଚାପରେ ଏଭଳି ମିଥ୍ୟା ବିପିଏଲ କାର୍ଡ କରିଛନ୍ତି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଡେପୁଟି କଲେକ୍ଟରଙ୍କ ପତ୍ନୀଙ୍କ ନାମରେ ହୋଇଛି ଜାଲ ବିପିଏଲ କାର୍ଡ

ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜରୁରୀକାଳୀନ ବିଭାଗର ସହକାରୀ କଲେକ୍ଟର ଭାବେ କାର୍ଯ୍ୟ କରୁଛନ୍ତି ଲଳିତ ମଣ୍ଡଳ । ତାଙ୍କ ପତ୍ନୀଙ୍କ ନାମରେ ଏକ ବିପିଏଲ କାର୍ଡ ପ୍ରସ୍ତୁତ ହୋଇଛି । ତେବେ ମ୍ୟୁନିସିପାଲଟି ଲ୍ୟାଣ୍ଡ୍‌ ରାଇଟ ଜମି ପଟ୍ଟା ପ୍ରଦାନ ପାଇଁ ଏହି ବିପିଏଲ କାର୍ଡକୁ ବ୍ୟବହାର କରି ସେ ସରକାରଙ୍କୁ ଖଜଣା ଫାଙ୍କୁଥିବା ଜଣାପଡିଛି । ଦୀର୍ଘ ବର୍ଷ ଧରି ଯେଉଁ ଲୋକେ ସରକାରୀ ଜାଗାରେ ରହି ଆସୁଛନ୍ତି ସେମାନଙ୍କୁ ସରକାରୀ ନିୟମ ଅନୁଯାୟୀ ମୁନିସିପାଲଟି ଲ୍ୟାଣ୍ଡ ରାଇଟ ଜମି ପଟ୍ଟା ପ୍ରଦାନ କରାଯିବ । ତେବେ ଏହି ପଟ୍ଟା ପାଇଁ ବିପିଏଲ ଧାରୀ ପ୍ରାୟ ୧୦,୮୦୦ ଟଙ୍କା ଖଜଣା ଦେବାର ନିୟମ ଥିବା ବେଳେ ଆର୍ଥିକ ସ୍ଵଚ୍ଛଳ ଲୋକଙ୍କୁ ଏହି ପ୍ରମାଣ ପତ୍ର ପାଇଁ ପ୍ରାୟ ୬୫,୦୦୦ ଟଙ୍କା ଖଜଣା ଆକାରରେ ଦେବାକୁ ପଡିବ । ମାଲକାନଗିରି ପୌର ପରିଷଦରେ ମଧ୍ୟ ଏହି ନିୟମ ଅନୁଯାୟୀ ଅନେକ ଲୋକେ ପଟ୍ଟା ପାଇଛନ୍ତି ।

ଅଧିକ ଖଜଣା ଦେବାରୁ ବର୍ତ୍ତିବା ପାଇଁ ଲଳିତ ମଣ୍ଡଳଙ୍କ ପତ୍ନୀ ବିନୋତା ରାଣୀ ମଣ୍ଡଳଙ୍କ ନାମରେ ଚଞ୍ଚକତା କରି ବିପିଏଲ କାର୍ଡ ପ୍ରସ୍ତୁତ ହୋଇଥିବା ଅଭିଯୋଗ ହୋଇଛି । ସେହି କାର୍ଡ ମାଧ୍ୟମରେ ନିଜ ଅଧୀନରେ ଥିବା ସରକାରୀ ଜାଗାର ମ୍ୟୁନିସିପାଲ୍‌ଟି ଲ୍ୟାଣ୍ଡ ରାଇଟ ଜମି ପ୍ରମାଣ ପତ୍ର ବା ପଟ୍ଟା ପାଇବା ପାଇଁ ଆବେଦନ କରିଥିଲେ । ବିପିଏଲ କାର୍ଡରେ ସ୍ବାମୀଙ୍କ ନାମ ବଦଳରେ ତାଙ୍କ ପିତାଙ୍କ ନାମ ବିମଳ ମଣ୍ଡଳ ନାମ ରଖିଛନ୍ତି । ଆବେଦନକୁ ଭିତ୍ତି କରି ଏବଂ ବିପିଏଲ କାର୍ଡ ଥିବାରୁ ତାଙ୍କୁ ସ୍ୱଳ୍ପ ଖଜଣାରେ ସେହି ପ୍ରମାଣ ପତ୍ର ମିଳିଛି । ବେଳେ ଜଣେ ସରକାରୀ ଅଧିକାରୀ ଓ ସହକାରୀ ଜିଲ୍ଲାପାଳ ସ୍ତ୍ରୀଙ୍କ ନାମରେ କିଭଳି ବିପିଏଲ କାର୍ଡ ହେଲା ତାହା ସବୁଠାରୁ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଏ ସମ୍ପର୍କରେ ମାଲକାନଗିରି ପୌର ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଶୋକ ଚକ୍ରବର୍ତ୍ତୀ ପ୍ରକାଶ କରିଛନ୍ତି, "ସହକାରୀ ଜିଲ୍ଲାପାଳଙ୍କ ପତ୍ନୀ ରାଣୀ ମଣ୍ଡଳଙ୍କ ନାମରେ ଜାରି ହୋଇଥିବା ପଟ୍ଟା ବାବଦକୁ ଅଧିକ ଖଜଣା ଦେବା ପାଇଁ ନୋଟିସ କରାଯାଉଛି ।" ସେପଟେ ସହକାରୀ ଜିଲ୍ଲାପାଳ ବିପିଏଲ୍‌ କାର୍ଡ ସମ୍ପର୍କରେ ଅବଗତ ନଥିବା କଥା କହିଛନ୍ତି । ଏହାକୁ ନେଇ ତଦନ୍ତ ଦାବି ହୋଇଛି । ଇଟିଭି ଭାରତ, ମାଲକାନଗିରି

ABOUT THE AUTHOR

...view details