ଓଡିଶା

odisha

ETV Bharat / state

କେମିତି ଅଛନ୍ତି ନକ୍ସଲ ଭୟରେ ଭିଟାମାଟି ଛାଡିଥିବା ଆଦିବାସୀ, ଦେଖନ୍ତୁ ରିପୋର୍ଟ... - malkangiri naxal news

କେମିତି ଅଛନ୍ତି ନକ୍ସଲ ଭୟରେ ଭିଟାମାଟି ଛାଡିଥିବା ଆଦିବାସୀ । ଦେଖନ୍ତୁ ଇଟିଭି ଭାରତର Exclusive ରିପୋର୍ଟ...

malkangiri naxal news
କେମିତି ଅଛନ୍ତି ନକ୍ସଲ ଭୟରେ ଭିଟାମାଟି ଛାଡିଥିବା ଆଦିବାସୀ, ଦେଖନ୍ତୁ ରିପୋର୍ଟ...

By

Published : Dec 10, 2019, 12:06 AM IST

ମାଲକାନଗିରି: ନକ୍ସଲ ଭୟରେ ଗାଁ ଛାଡିଲେ । ଭିଟାମାଟି ଛାଡି ପ୍ରଶାସନର ଆଶ୍ରୟ ନେଲେ । ଜୀବନ ବଞ୍ଚାଇବା ପାଇଁ ରାତାରାତି ସବୁ କିଛି ପର କରି 100 କିମି ଚାଲିଚାଲି ମାଲକାନଗିରି ସଦର ମହକୁମାରେ ପହଞ୍ଚିଥିଲେ । ଆଶା ଥିଲା ପ୍ରଶାସନ ପକ୍ଷରୁ ରହିବା ଓ ଖାଇବାର ସୁବନ୍ଦୋବସ୍ତ ହେବା ସହ ପିଲାଙ୍କ ପାଠପଢା ବି ଭଲରେ ହେବ । ହେଲେ ସ୍ବପ୍ନ ସ୍ବପ୍ନରେ ରହିଗଲା । ନା ମିଳିଲା ରହିବାକୁ ଭଲ ଘର ନା ଖାଇବାକୁ ଭଲ ଖାଦ୍ୟ ନା ପିଇବାକୁ ଶୁଦ୍ଧ ପାଣି । ପିଲାଙ୍କ ପଢିବାକୁ ବି ସ୍କୁଲର ବ୍ୟବସ୍ଥା କରାଗଲା ନାହିଁ । ଧର୍ମକୁ ଆଖିଠାର ପରି ପାହାଡ ଉପରେ ଥଇଥାନ କରି ନିଜ କାନ୍ଧ ଉପରୁ ଦାୟିତ୍ବ ଓହ୍ଲାଇଦେଲା ପ୍ରଶାସନ ।

କେମିତି ଅଛନ୍ତି ନକ୍ସଲ ଭୟରେ ଭିଟାମାଟି ଛାଡିଥିବା ଆଦିବାସୀ, ଦେଖନ୍ତୁ ରିପୋର୍ଟ...

ନକ୍ସଲ ମାରିଦେବା ଭୟ ଥିବାରୁ ମାଥିଲି ଥାନାର ଦଣ୍ଡିପଦର, କମାର ପାଲ୍ଲୀ, ମୁଣ୍ଡାଗୁଡା, କପ୍ରା ଓ ଗୋଲିଆଗୁଡା ଗାଁର ଅନେକ ଆଦିବାସୀ ପରିବାର ପ୍ରଶାସନର ଆଶ୍ରା ନେଇଥିଲେ । ହେଲେ ଏବେ ତାଙ୍କୁ ଝୁମ୍ପୁଡି ଘରେ ଜୀବନ ବିତାଇବାକୁ ପଡୁଛି । ଆତ୍ମସମର୍ପଣ କରୁଥିବା ନକ୍ସଲଙ୍କୁ କାମଧନ୍ଦା ମିଳୁଥିବା ବେଳେ ଭିଟାମାଟି ଛାଡି ସର୍ବସ୍ବ ହରାଇଥିବା ଏ ଆଦିବାସୀମାନଙ୍କୁ କିଛି ରୋଜଗାର ଦେବାକୁ ଦାବି ହେଉଛି । ଅନ୍ୟପଟେ ପ୍ରଶାସନ ଏସବୁର ସମାଧାନ ନକେଲେ ଆଗାମୀ ଦିନରେ ଆନ୍ଦୋଳନ ହେବ ବୋଲି ଜିଲ୍ଲା ଆଦିବାସୀ ମହାସଂଘ ଚେତାବନୀ ଦେଇଛି ।

ସେପଟେ ଏମାନେ ଆଉ ନିଜ ଭିଟାମାଟିକୁ ଫେରିପାରୁ ନଥିବାବେଳେ ପ୍ରଶାସନ ହିଁ ତାଙ୍କର ଏକମାତ୍ର ସାହା ଭରସା । ତେବେ ଦେଖାଯାଉ କେବେ ପ୍ରଶାସନ ଶୁଣୁଛି ଏମାନଙ୍କ ଦୁଃଖ ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

ABOUT THE AUTHOR

...view details