ମାଲକାନଗିରି:ବର୍ଷବର୍ଷ ହେଲା ଖତ ଖାଉଥିଲା କେସିସି ବ୍ୟାଙ୍କର ଭ୍ରାମ୍ୟମାଣ ଶାଖା ଗାଡି । ଲୋକଙ୍କ ସୁବିଧା ପାଇଁ 2016 ରେ ଜିଲ୍ଲାକୁ ଆସିଥିବା ଏହି ଗାଡି ଅଚଳ ହୋଇ ବ୍ୟାଙ୍କ ସମ୍ମୁଖରେ ପଡ଼ି ରହିଥିଲା । ଏନେଇ 'ଇଟିଭି ଭାରତ'ରେ ଗତ ଏପ୍ରିଲ୍ ୨୦ ତରିଖରେ ଖବର ପ୍ରସାରିତ ହୋଇଥିଲା। ଯାହାର ପ୍ରଭାବ ଏବେ ଦେଖିବାକୁ ମିଳିଛି। ଖବର ପ୍ରସାରଣ ପରେ ତୁରନ୍ତ ପଦକ୍ଷେପ ନେଇଛନ୍ତି କୋରାପୁଟ ଜିଲ୍ଲା କେସିସି ବ୍ୟାଙ୍କ ମୁଖ୍ୟ ସମ୍ପାଦକ । ସେ ନ୍ୟୁଜ ଦେଖିବା ପରେ ମାଲକାନଗିରି କେସିସି ବ୍ୟାଙ୍କ ପରିସରରେ ଥିବା ଭ୍ରାମ୍ୟମାଣ ଶାଖା ଗାଡି (ମୋବାଇଲ ଏଟିଏମ ଭେନ୍) ଟିକୁ ଜୟପୁର ମରାମତି ନିମନ୍ତେ ପଠାଇବାକୁ ଶାଖା ପରିଚାଳକଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ପରେ ଶାଖା ପରିଚାଳକ ମୋବାଇଲ ଏଟିଏମ୍ ଗାଡିଟିକୁ 2ଦିନ ଜୟପୁରୁ ମରାମତି ନିମନ୍ତ ପଠାଇଛନ୍ତି । ତେବେ ଏନେଇ ମାଲକାନଗିରି ବୁଦ୍ଧିଜୀବୀ ଦୁର୍ଗାପ୍ରସାଦ ତ୍ରିପାଠୀ ଇଟିଭି ଭାରତକୁ ଧନ୍ୟବାଦ ଦେଇଛନ୍ତି। ଗାଡି ମରାମତି ନିମନ୍ତେ ଯିବା ପରେ ମାଲକାନଗିରି କେସିସି ବ୍ୟାଙ୍କ ଶାଖାର ଡାଟା ଅପେରେଟରଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ଗାଡିରେ ଭିସେଟ୍ ଓ ଓଭିସେଟ୍ ଲଗାଇବା ପାଇଁ ଜୟପୁର ନେବା ପାଇଁ ସମ୍ପାଦକ ନିର୍ଦ୍ଦେଶ ଦେବା ପରେ ଗାଡି ମରାମତି ପାଇଁ ଯାଇଛି।