ଓଡିଶା

odisha

ETV Bharat / state

ଇଟିଭି ଭାରତ ମହାପ୍ରଭାବ, ନ୍ୟାୟ ପାଇଲେ ସୁଶାନ୍ତ - ଅସ୍ଥାୟୀ ଡ୍ରାଇଭର

ଇଟିଭି ଭାରତ ମହାପ୍ରଭାବ । 8ବର୍ଷ ପରେ ନ୍ୟାୟ ପାଇଲେ ସୁଶାନ୍ତ । 26 ଜୁଲାଇ ମାଲକାନଗିରି ଜିଲ୍ଲା ଅନ୍ତର୍ଗତ କୋରକୋଣ୍ଡା ବ୍ଲକ ସମ୍ମୁଖରେ ବ୍ଲକ ଡ୍ରାଇଭର ସୁଶାନ୍ତ କୁମାର ସାହୁଙ୍କ ଆତ୍ମହତ୍ୟା ଉଦ୍ୟମର କଥା ।

ଇଟିଭି ଭାରତ ମହାପ୍ରଭାବ, ନ୍ୟାୟ ପାଇଲେ ସୁଶାନ୍ତ

By

Published : Sep 4, 2019, 9:42 PM IST

Updated : Sep 5, 2019, 5:20 PM IST

ମାଲକାନଗିରି: ଇଟିଭି ଭାରତର ମହାପ୍ରଭାବ । ଶୁଣିଲେ ସରକାର, ମିଳିଲା ସହାୟତା । 8ବର୍ଷ ପରେ ନ୍ୟାୟ ପାଇଲେ ସୁଶାନ୍ତ । ଆମେ ଯେଉଁଁ କଥା କହୁଛୁ, ଏ ଘଟଣାଟି ହେଉଛି 26 ଜୁଲାଇ ମାଲକାନଗିରି ଜିଲ୍ଲା ଅନ୍ତର୍ଗତ କୋରକୋଣ୍ଡା ବ୍ଲକ ସମ୍ମୁଖରେ ବ୍ଲକ ଡ୍ରାଇଭର ସୁଶାନ୍ତ କୁମାର ସାହୁଙ୍କ ଆତ୍ମହତ୍ୟା ଉଦ୍ୟମର କଥା ।

ଇଟିଭି ଭାରତ ମହାପ୍ରଭାବ, ନ୍ୟାୟ ପାଇଲେ ସୁଶାନ୍ତ

ମାର୍ଚ୍ଚ 2012ରେ କୋରକୋଣ୍ଡା ବ୍ଲକରେ ଅସ୍ଥାୟୀ ଡ୍ରାଇଭର ରୂପେ ନିଯୁକ୍ତି ପାଇଥିବା ସୁଶାନ୍ତଙ୍କୁ ଦୀର୍ଘ ଆଠ ବର୍ଷ ହେବ ଦରମା ମିଳିନଥିଲା । କିନ୍ତୁ ତାଙ୍କ ସହ ଅସ୍ଥାୟୀ ନିଯୁକ୍ତି ପାଇଥିବା ଅନ୍ୟ ଡ୍ରାଇଭର ମାନେ ଠିକ୍‌ ରୂପେ ଦରମା ପାଉଥିଲେ । ଏନେଇ ଉପରିସ୍ଥ ଅଧିକାରୀଙ୍କୁ ବାରମ୍ବାର ଅନୁରୋଧ କରିଥିଲେ ସୁଶାନ୍ତ । ମାତ୍ର ସବୁଥିରେ ବିଫଳ ହୋଇ ଶେଷରେ ଜୁଲାଇ 26 ତାରିଖ ଦିନ ନିଜ ସ୍ତ୍ରୀ ଓ ଦୁଇ ପିଲାଙ୍କୁ ନେଇ ବ୍ଲକ ଅଫିସ ସମ୍ମୁଖରେ ବେକରେ ଦଉଡି ଦେଇ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ ସୁଶାନ୍ତ । ଆଉ ତାଙ୍କୁ ଉଦ୍ଧାର କରିଥିଲେ ବିଡିଓ ଓ ଅନ୍ୟ କର୍ମଚାରୀ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

ଏହି ଖବରଟି ପ୍ରଥମେ ଇଟିଭି ଭାରତରେ ପ୍ରସାରଣ ହୋଇଥିଲା । ଏହାପରେ ଆମ ଇଟିଭି ଭାରତ ପ୍ରତିନିଧି ଗ୍ରାଉଣ୍ଡ ଜିରୋରେ ପହଞ୍ଚି ବାସ୍ତବ ଖବର ସଂଗ୍ରହ କରିବା ସହ ସୁଶାନ୍ତଙ୍କ ଆତ୍ମହତ୍ୟା ପଛର ଘଟଣାକୁ କୋରକୋଣ୍ଡା ବିଡିଓଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଇଥିଲେ ।

ପ୍ରାୟ 20 ଦିନ ଧରି ତନ୍ନତନ୍ନ କରି ଘଟଣାର ଯାଞ୍ଚ କରିବା ପରେ ପ୍ରଶାସନ ବୁଧବାର ଦିନ କୋରକୋଣ୍ଡା ବ୍ଲକ ଡ୍ରାଇଭର ସୁଶାନ୍ତଙ୍କୁ ନିୟମିତ ଭାବେ ଦରମା ଦେବାପାଇଁ ଘୋଷଣା କରିଛନ୍ତି । ଏହା ଚଳିତ ମାସ ଅଗଷ୍ଟ ପହିଲା 2019ରୁ ଲାଗୁ ହେବା ନେଇ ଘୋଷଣା କରିଛନ୍ତି ମାଲକାନଗିରି ଜିଲ୍ଲାପାଳ ମନିଶ ଅଗ୍ରୱାଲ ।

ଏଥି ସହିତ ଯେଉଁ 8 ବର୍ଷ ଧରି ସୁଶାନ୍ତ ବ୍ଲକ ଅଫିସରେ ଓ ଦେବରାଜ ଡିପିଓ ଅଫିସରେ କାର୍ଯ୍ୟ କରି ଦରମା ପାଇ ନାହାଁନ୍ତି ତାହା ବିଚାରଧିନ ଥିବାରୁ ତାହାର ବିଚାର ସରିବା ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡିଛି ।

ତେବେ ସୁଶାନ୍ତଙ୍କ ସମସ୍ୟା ସହ ଛିଡା ହେବା ଓ ତାଙ୍କୁ ଏପରି ଏକ ସହାୟତା ମିଳିଥିବାରୁ ସେ ଇଟିଭି ଭାରତକୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

Last Updated : Sep 5, 2019, 5:20 PM IST

ABOUT THE AUTHOR

...view details