ମାଲକାନଗିରି : ମାଲକାନଗିରି ବ୍ଲକ ଅନ୍ତର୍ଗତ ପାଲକୋଣ୍ଡା ଗ୍ରାମର ଦେବା ସୋଡ଼ିଙ୍କ ପୁଅ ଏରା ସୋଡ଼ି । ଅର୍ଥ ଅଭାବରୁ ଏବେ ଚିକିତ୍ସିତ ହୋଇନପାରି ଶଯ୍ୟାରେ ପଡି ରହିଛନ୍ତି ଫଳରେ ଯୁବା ଅବସ୍ଥାରେ ଯନ୍ତ୍ରଣାରେ ଜର୍ଜରିତ ଏରା । ଗତ ଅକ୍ଟୋବର ମାସରେ ଏକ ସଡ଼କ ଦୁର୍ଘଟଣାର ଶିକାର ହେବା ପରେ ୨ମାସ ହେଲା ଅକ୍ଷମ ହୋଇ ଶଯ୍ୟାଶାୟୀ ହୋଇଯାଇଛନ୍ତି ଏରା । ଫଳରେ ଯେଉଁ ବୟସରେ ସାହାରା ପାଲଟିବା କଥା ଆଜି ସେହି ବୟସରେ ସେ ପରିବାର ପାଇଁ ବୋଝ ପାଲଟିଯାଇଛନ୍ତି । ନିଜ କାମ ନିଜେ କରିବାତ ଦୂରର କଥା ବେଡରୁ ମଧ୍ୟ ଉଠି ପାରୁନାହାନ୍ତି । ହେଲେ ଏତେ ଯନ୍ତ୍ରଣା ସତ୍ବେବି ଚିକିତ୍ସାରୁ ବଞ୍ଚିତ ହୋଇଛନ୍ତି ଏରା ସୋଡି । କାହିଁକିନା ତାଙ୍କୁ ଚିକିତ୍ସା କରିବା ପାଇଁ ପରିବାର ଲୋକଙ୍କ ପାଖରେ ଅର୍ଥ ନାହିଁ ।
ଗତ ଅକ୍ଟୋବର ୧୦ ତାରିଖରେ ଏରା କୌଣସି କାମରେ ବାଇକରେ ମାଲକାନଗିରି ଯାଉଥିବା ସମୟରେ ଏକ ଅଜଣା ଗାଡି ଧକ୍କା ଦେବାରୁ ସେ ଗୁରୁତର ଆହତ ହୋଇଥିଲେ । ଖବର ପାଇ ଏରାଙ୍କ ବଡ଼ ଭାଇ ଶାନ୍ତୁନୁ ତାଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ନେଇ ଚିକିତ୍ସା କରାଇଥିଲେ । କିନ୍ତୁ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ଏରାଙ୍କୁ ତୁରନ୍ତ କୋରାପୁଟ ହସ୍ପିଟାଲ ଏହା ପରେ ବ୍ରହ୍ମପୁର ଓ ପରେ କଟକ ବଡ଼ ଡାକ୍ତରଖାନାକୁ ଡାକ୍ତର ରେଫର କରିଥିଲେ । ଏହା ପରେ କଟକ SCB ହସ୍ପିଟାଲରେ ଡାକ୍ତର ଚିକିତ୍ସା ନକରି ପକାଇ ରଖିବାରୁ ଏରାଙ୍କ ସ୍ବାସ୍ଥ୍ୟବସ୍ଥା ଆହୁରି ବିଗିଡି ଯାଇଥିଲା । ଫଳରେ ଏରାଙ୍କ ବଡଭାଇ ଓ ବାପା କଟକର ରିମ୍ ସି ହସପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଚାରି ରୁ ପାଞ୍ଚ ଲକ୍ଷ ଟଙ୍କା ଖର୍ଚ୍ଚ ହେବା କଥା ଡାକ୍ତର ତାଙ୍କୁ କହିବା ପରେ ଏରାଙ୍କ ବାପା ମାଲକାନଗିରି ଆସି ନିଜ ଜମିବାଡ଼ି ଓ ଗୃହପାଳିତ ପଶୁ ବିକ୍ରି କରି ପ୍ରାୟ ୪ଲକ୍ଷ ଟଙ୍କା ପୁଅର ଚିକିତ୍ସା ପାଇଁ ଯୋଗାଡ କରିଥିଲେ । କିନ୍ତୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେବା ପରେ ମଧ୍ୟ ସୁସ୍ଥ ହୋଇ ପାରି ନଥିଲେ ଏରା ।