ଓଡିଶା

odisha

By

Published : Nov 6, 2019, 11:03 PM IST

ETV Bharat / state

ମାଲକାନଗିରି ସୀମାନ୍ତରେ ପୋଲିସ-ମାଓବାଦୀ ଗୁଳି ବିନିମୟ

ମାଲକାନଗିରି ସୀମାନ୍ତରେ ମାଓବାଦୀ ଓ ପୋଲିସ ମଧ୍ୟରେ ଗୁଳି ବିନିମୟ । ଘଟଣା ସ୍ଥଳରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

ମାଲକାନଗିରି: ଛତିଶଗଡ ଓ ମାଲକାନଗିରି ସୀମାନ୍ତରେ ପୋଲିସ ଓ ମାଓବାଦୀ ମଧ୍ୟରେ ଗୁଳି ବନିମୟ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ରାଜ୍ୟ ଦାନ୍ତେୱାଡା ଜିଲ୍ଲାର ଝିରକା ଜଙ୍ଗଲରେ ଏହି ଗୁଳିବିନିମୟ ହୋଇଛି । ତେବେ ଏନକାଉଣ୍ଟର ପରେ ଘଟଣା ସ୍ଥଳରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରିଛି ପୋଲିସ ।

ଦାନ୍ତେୱାଡା ଜିଲ୍ଲାର ଝିରକା ଜଙ୍ଗଲରେ ଦୁର୍ଦ୍ଦାନ୍ତ ମାଓ ନେତା ଚନ୍ଦ୍ରନା ମାଓ କମାଣ୍ଡରଙ୍କୁ ନେଇ ମାଓ କ୍ୟାମ୍ପ କରିଥିବା ଗୁଇନ୍ଦା ସୂଚନା ପାଇଥିଲା ପୋଲିସ । ଏହି ସୂଚନା ଆଧାରରେ ଡିଆରଜି ଯବାନ କୁମ୍ବିଂ ଅପରେସନ ଚଳାଇଥିଲେ । ଯବାନଙ୍କ ଆସିବା ଦେଖି ମାଓ କ୍ୟାମ୍ପରେ ନିୟଜିତ ହୋଇଥିବା ସେଣ୍ଟ୍ରି ପ୍ରଥମେ ଯବାନଙ୍କ ଉପରକୁ ଗୁଳି ଚାଳନା କରିଥିଲେ । ଯାହାର ପାଲଟା ଜବାବ ଦେଇଥିଲେ ଯବାନମାନେ । ତେବେ ପ୍ରାୟ ଅଧଘଣ୍ଟାରୁ ଊର୍ଦ୍ଧ ସମୟ ଧରି ଉଭୟ ପକ୍ଷରୁ ଗୁଳିବିନିମୟ ହେବା ପରେ ଘଞ୍ଚ ଜଙ୍ଗଲର ଫାଇଦା ଉଠାଇ ଲୁଚି ପଲାଇଥିଲେ ମାଓବାଦୀମାନେ ।

ସେପଟେ ଛତିଶଗଡ଼ ରାଜ୍ୟରେ ପୁଣି ସକ୍ରିୟ ହୋଇଥିବା ମାଓ ସଂଗଠନକୁ ଦୃଢ଼ ହସ୍ତରେ ଦମନ କରିବା ପାଇଁ ଛତିଶଗଡ଼ ସରକାର ଅପରେସନ ଅଲ ଆଉଟ ଆରମ୍ଭ କରିଥିବା ଜଣାପଡ଼ିଛି ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

ABOUT THE AUTHOR

...view details