ମାଲକାନଗିରି: ୨୦ଦିନ ହବ ମାଲକାନଗିରି ଜିଲ୍ଲା ଧରମପାଲ୍ଲୀ ପ୍ରାଥମିକ ଚିକିତ୍ସାଳୟରେ ବିଦ୍ୟୁତ ସେବା ବିଚ୍ଛିନ୍ନ । ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ରୋଗୀ । ମୁଖ୍ୟତଃ ଗର୍ଭବତୀ ମହିଳା ଓ ଶିଶୁମାନେ ହନ୍ତସନ୍ତ ହେଉଥିବା ଅଭିଯୋଗ ଆସିଛି ।
ତେବେ ଧରମପାଲ୍ଲୀ ପ୍ରାଥମିକ ଚିକିତ୍ସାଳୟରେ ବିଶେଷ କରି ଡେଲିଭରି କରାଯାଇଥାଏ । ଏଠାରେ ପ୍ରତ୍ଯେକ ମାସ ୧୫ ରୁ ୨୦ ଡେଲିଭରି କରାଯାଇଥାଏ । ଅଧିକାଂଶ ରାତ୍ରି ସମୟରେ ହେଉଥିବାରୁ ଟର୍ଚ୍ଚ ଲାଇଟ କିମ୍ବା ସୋଲାର ଟର୍ଚ୍ଚ ଲାଇଟରେ ଡେଲିଭରି ହେଉଥିବା ଅଭିଯୋଗ ହୋଇଛି । ବିଦ୍ୟୁତ ସେବା ନଥିବାରୁ ଟିଟି, ଭ୍ୟାକସିନ ପରି ଫ୍ରିଜରେ ରହିବା ଔଷଧଗୁଡିକ ଡାକ୍ତରଖାନାରୁ ମିଳିପାରୁ ନାହିଁ । ଯାହା ଫଳରେ ନବଜାତ ଶିଶୁ ଟିକା ନେଇପାରୁ ନ ଥିବାବେଳେ ଅନ୍ୟ ରୋଗୀମାନେ ଚିକିତ୍ସାରୁ ବଞ୍ଚିତ ହେଉଛନ୍ତି ।