ଓଡିଶା

odisha

ETV Bharat / state

ଜଳବନ୍ଦୀ ମାଲକାନଗିରି: ପୋଲ ଉପରେ 4 ଫୁଟର ପାଣି, ଫସି ରହିଛନ୍ତି ଯାତ୍ରୀ - ବର୍ଷାରେ ବାହ୍ୟଜଗତରୁ ବିଚ୍ଛିନ୍ନ ମାଲକାନଗିରି

ଗତ 4 ଦିନର ଲଗାଣ ବର୍ଷା ଯୋଗୁଁ ମାଲକାନଗିରି ଜିଲ୍ଲା ସିଲେରୁ ଏବଂ ସାବେରୀ ନଦୀର ଜଳସ୍ତର ବୃଦ୍ଧି ପାଇଛି । ଫଳରେ ଜିଲ୍ଲାର ବିଭିନ୍ନ ଅଞ୍ଚଳ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

By

Published : Jul 29, 2019, 11:41 AM IST

Updated : Jul 29, 2019, 4:33 PM IST

ମାଲକାନଗିରି: ମୌସୁମୀ ପ୍ରଭାବରେ ଏବେ ସମଗ୍ର ଓଡିଶା । ମୌସୁମୀ ସକ୍ରିୟ ଥିବାରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଲାଗି ରହିଛି । ଗତ 4 ଦିନର ଲଗାଣ ବର୍ଷା ଯୋଗୁଁ ମାଲକାନଗିରି ଜିଲ୍ଲାର ଅବସ୍ଥା ବେହାଲ । ସିଲେରୁ ଏବଂ ସାବେରୀ ନଦୀର ଜଳସ୍ତର ମଧ୍ୟ ବୃଦ୍ଧି ହେବାରେ ଲାଗିଛି । ଏପରିକି ଜିଲ୍ଲାର ବିଭିନ୍ନ ଅଞ୍ଚଳ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

କାଳିମେଳା ମୁଖ୍ୟ ରାସ୍ତାର କାଙ୍କରାକୋଣ୍ଡା, ପୋଟେରୁ ଓ ଏମଭି 37 ନଦୀ ପୋଲ ଉପରେ 3 ରୁ 4ଫୁଟ ପାଣି ପ୍ରବାହିତ ହେଉଛି । ଫଳରେ ପୋଲର ଉଭୟ ପାର୍ଶ୍ବରେ ଅନେକ ଯାତ୍ରୀ ଗତରାତିରୁ ଫସି ରହିଛନ୍ତି । ଏଥିସହିତ ଯାନବାହାନ ମଧ୍ୟ ଅଟକି ରହିଛି । ତେବେ ଏନେଇ ଆମ ସମ୍ବାଦଦାତା ଘଟଣାସ୍ଥଳରେ ପହଞ୍ଚି ଫସି ରହିଥିବା ଯାତ୍ରୀ, ସ୍ଥାନୀୟ ବାସିନ୍ଦା ଏବଂ ପୋଟେରୁ ଥାନା ଅଧିକାରୀଙ୍କ ସହ ସବିଶେଷ ଆଲୋଚନା କରିଛନ୍ତି । ଶୁଣନ୍ତୁ କଣ କହୁଛନ୍ତି ମାଲକାନଗିରି ଅଞ୍ଚଳବାସୀ ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

Last Updated : Jul 29, 2019, 4:33 PM IST

ABOUT THE AUTHOR

...view details