ମାଲକାନଗିରି:ରେଳ ଲାଇନ ସମୀକ୍ଷା କରିବା ପାଇଁ ବିଶାଖାପାଟଣା ଡିଭିଜନର ରେଳ ମ୍ୟାନେଜର ମାଲକାନଗିରି ଗସ୍ତ କରିଛନ୍ତି । ସର୍କିଟ ହାଉସ ଠାରେ ସମୀକ୍ଷା ବୈଠକରେ ଅତିରିକ୍ତ ଜିଲ୍ଲାପାଳ ବିରସେନ ପ୍ରଧାନ, ରାଜସ୍ୱ ବିଭାଗର ପଦାଧିକାରୀଙ୍କ ସହ ରେଳ ବିଭାଗର ବରିଷ୍ଠ ପଦାଧିକାରୀ ମାନେ ଉପସ୍ଥିତ ଥିଲେ । ଏହି ଅବସରରେ ମାଲକାନଗିରି ଜିଲ୍ଲା ପୋଗ୍ରେସିଭି ସିଟିଜନ ଫୋମ ତରଫରୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା ।
ଦାବିପତ୍ରରେ ମାଲକାନଗିରି ଜିଲ୍ଲାରେ ଅନେକ ପ୍ରସ୍ତାବିତ ଖଣି ଥିଲେ ମଧ୍ୟ ମାଲ ପରିବହନ ପାଇଁ ରେଳ ଲାଇନ ନଥିବାରୁ ଜିଲ୍ଲାର ବିକାଶ ହୋଇପାରୁନାହିଁ । ଭାରତ ସରକାରଙ୍କ ଆକାଂକ୍ଷା ଯୋଜନାରେ ମାଲକାନଗିରିର ବିକାଶ ପାଇଁ ରେଳ ଲାଇନର ଜରୁରୀ ଆବଶ୍ୟକ ଅଛି । ତେଣୁ ତୁରନ୍ତ ରେଳ ଲାଇନ କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ଦାବିପତ୍ର ରେ ଉଲେଖା କରାଯାଇଛି ।