ଓଡିଶା

odisha

ETV Bharat / state

ଅବ୍ୟବସ୍ଥାରେ ବଣ୍ଡାଘାଟି ପନୀୟ ଜଳ ବ୍ୟବସ୍ଥା, ପିଇବା ପାଣି ପାଇଁ କଲବଲ ଆଦିମ ଜନଜାତି - ବଣ୍ଡାଘାଟି ଜଳ ସମସ୍ୟା

ଖରା ଦିନ ଆସିଲେ ଅନେକ ସ୍ଥାନରେ ଦେଖାଦିଏ ଜଳ ଯନ୍ତ୍ରଣା । ପାନୀୟ ଜଳ ପାଇଁ ନାହିଁ ନଥିବା ଅସୁବିଧା ଭୋଗନ୍ତି ଲୋକେ । ଆଉ ଏହି ସମସ୍ୟାର ସମାଧାନ ପାଇଁ ସରକାର ଅର୍ଥ ବ୍ୟୟ କରି ନଳକୂପଠୁ ଆରମ୍ଭ କରି ଜଳ ପ୍ରକଳ୍ପମାନ କରିଥାନ୍ତି । ହେଲେ ତାହା ପ୍ରକୃତର ଲୋକଙ୍କ କାମରେ ଲାଗୁଛି କି ନାହିଁ ତାର ଖବର କିଏ ରଖୁଛି । ଅଧିକ ପଢନ୍ତୁ

ବଣ୍ଡାଘାଟିରେ ଉତ୍କଟ ପିଇବା ପାଣି ସଙ୍କଟ
ବଣ୍ଡାଘାଟିରେ ଉତ୍କଟ ପିଇବା ପାଣି ସଙ୍କଟ

By

Published : May 4, 2022, 4:26 PM IST

ମାଲକାନଗିରି: ଖରା ଦିନ ଆସିଲେ ଅନେକ ସ୍ଥାନରେ ଦେଖାଦିଏ ଜଳ ଯନ୍ତ୍ରଣା । ପାନୀୟ ଜଳ ପାଇଁ ନାହିଁ ନଥିବା ଅସୁବିଧା ଭୋଗନ୍ତି ଲୋକେ । ଆଉ ଏ ସମସ୍ୟାର ସମାଧାନ ପାଇଁ ସରକାର ଅର୍ଥ ବ୍ୟୟ କରି ନଳକୂପଠୁ ଆରମ୍ଭ କରି ଜଳ ପ୍ରକଳ୍ପମାନ କରିଥାନ୍ତି । ହେଲେ ତାହା ପ୍ରକୃତର ଲୋକଙ୍କ କାମରେ ଲାଗୁଛି କି ନାହିଁ ତାର ଖବର କିଏ ରଖୁଛି । ଟାଣ ଖରା ସାଙ୍ଗକୁ ମାଲକାନଗିରି ବଣ୍ଡାଘାଟିରେ ଉତ୍କଟ ହୋଇପଡିଛି ପାଣି ସମସ୍ୟା । ପିଇବା ପାଣି ପାଇଁ ଚୁଆ ପାଣି ଉପରେ ନିର୍ଭର କରୁଛନ୍ତି ମାଲକାନଗିରି ଜିଲ୍ଲା ବଣ୍ଡାଘାଟି ପଞ୍ଚାୟତର 4ଟି ଗାଁ । ସେ ଚୁଆ ପାଣି ଟିକେ ପାଇଁ ଚାଲିବାକୁ ପଡୁଛି ମାଇଲ ମାଇଲ ବାଟ । ଦୀର୍ଘ ଦିନର ଏ ସମସ୍ୟା ଭିତରେ ବି ନିରବ ବସିଛି ପ୍ରଶାସନ । ଯୋଗଯୋଗରେ ସମସ୍ୟା ଥିବା ଆଳ ଦେଖାଇ ଅସୁବିଧା ଉପୁଜିଥିବା କହିଛି ପ୍ରଶାସନ ।

ଅବ୍ୟବସ୍ଥାରେ ବଣ୍ଡାଘାଟି ପନୀୟ ଜଳ ବ୍ୟବସ୍ଥା

ଜିଲ୍ଲାର ଆଦିମ ଜନଜାତି ବଣ୍ଡା । ବଣ୍ଡାମାନଙ୍କର ରାତି ପାହିଲେ ପାନୀୟ ଜଳ ସମସ୍ୟା ଏକ ନିତି ଦିନିଆ କଥା ହୋଇଛି । ଖରା ହେଉ କି ବର୍ଷା ରାତି ପାହିଲେ ପ୍ରଥମେ ଚିନ୍ତା କରିବାକୁ ପଡେ ପାନୀୟ ଜଳ ଟୋପାଏ ପାଇଁ । ମୁଦୁଲିପଡା ପଞ୍ଚାୟତର 4ଟି ଗାଁରେ ଜଳ ସମସ୍ୟା କହିଲେ ନ ସରେ । ଗାଁରେ ନଳକୂପ ଭଙ୍ଗା ଦଦରା ଅବସ୍ଥାରେ ପଡିଥିବା ବେଳେ ଚୁଆ ପାଣି ଏମାନଙ୍କର ଭରସା ହୋଇଛି। ଚୁଆ ପାଣି ଟିକକ ଆଣିବାକୁ ଯିବାକୁ ପଡେ ତିନି କିଲୋମିଟର ବାଟ । ତାହା ପୁଣି ପାହାଡ ଜଙ୍ଗଲ ରାସ୍ତା ପାର ହେବା ପରେ ପିଇବା ପାଣି ଟୋପେ ମିଳୁଛି । ଏହି ଚୁଆ ପାଣି ଦୈନଦିନ କାର୍ଯ୍ୟରେ ବ୍ୟବହାର କରନ୍ତି । କିରସାନିପଡା ସହ ପିଣ୍ଡାଡଙ୍ଗର, ଭୋଗରପଡା ଓ କିଚପଡା ଭଳି 4ଟି ଗ୍ରାମରେ ଚୁଆ ପାଣିର ଦୁର୍ଦ୍ଦଶାର ଚିତ୍ର ଦେଖାଇଛି ଆମ ଟିମ । ଦୂଷିତ ପାଣି ପିଇ ରୋଗ ବ୍ୟାଧିରେ ପଡି ବେଳେ ବେଳେ ଜୀବନ ହରାଉଛନ୍ତି ଆଦିମ ଜନଜାତି। ବାରମ୍ବାର ଗୁହାରି ପରେ ମଧ୍ୟ ଶୁଣୁନାହିଁ ପ୍ରଶାସନ। ସ୍ଥାନୀୟ ବିଡିଓ ପାନୀୟ ଜଳ ସମସ୍ୟା କଥା ସ୍ବୀକାର କରିଥିବା ବେଳେ ସମସ୍ତ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଉଥିବା ଓ ଯୋଗାଯୋଗ ବାଧକ ସାଜୁଥିବା କହିଛନ୍ତି । କିଛି ଗ୍ରାମରେ ନଳକୂପ ଖନନ କରାଯାଇଛି । ଅଧିକ ନଳକୂପ ପାଇଁ ଯୋଜନା ହୋଇଛି ସବୁ ଗାଁକୁ ସଠିକ ଯୋଗାଯୋଗ ନଥିବାରୁ ସମସ୍ୟା ହେଉଥିବା କହିଛନ୍ତି ବିଡିଓ ହୃଦାନନ୍ଦ ସାହୁ ।

ଖାଲି ଏହି ଚରୋଟି ନୁହେଁ ସମଗ୍ର ଜିଲ୍ଲା ଲାଗି ରହିଛି ଜଳ ସମସ୍ୟା । ବଣ୍ଡାଘାଟିରେ ୨ଟି ପଞ୍ଚାୟତରେ ୩୨ଟି ଗାଁ ରହିଛି । ସେଥିରୁ ୧୫ ଗାଁରେ ଏଭଳି ଜଳକଷ୍ଟ ପାଇଁ ଘାଣ୍ଟି ହେଉଛନ୍ତି ଆଦିମ ଜନଜାତି । ବାସ୍ତବରେ ବାଣ୍ଡାହାଣ୍ଡିବାସୀଙ୍କ ବିକାଶ କେତେ ସଫଳ ତାହା ଏହି ଚିତ୍ର ହିଁ ବୟାନ କରୁଛି । ଏ ଦିଗରେ ସରକାରଙ୍କୁ ତୁରନ୍ତ ଦୃଷ୍ଟି ହେବାର ଆବଶ୍ୟକତା ରହିଛି । ତେବେ କେବେ ଏମାନଙ୍କ ସମସ୍ୟା ଦୂର ହେଉଛି ତାହା ଦେଖିବା ବାକି ରହିଲା ।

ମାଲକାନଗିରିରୁ ପଞ୍ଚାନନ ଦାସ, ଇଟିଭି ଭାରତ

ABOUT THE AUTHOR

...view details