ଓଡିଶା

odisha

ETV Bharat / state

ମାଲକାନଗିରି ଏସପିଙ୍କ ନିକଟରେ ହାର୍ଡକୋର ମାଓବାଦୀର ଆତ୍ମସମର୍ପଣ - Malkangiri SP

ହିଂସା ଛାଡି ମାଲକାନଗିରି ଏସପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି ଜଣେ ହାର୍ଡକୋର ମାଓବାଦୀ । ଆତ୍ମସମର୍ପଣ କରିଥିବା ମାଓବାଦୀ ଜଣକ ହେଲେ ମହାଦେବ ମାଡକାମି । ମହାଦେବ ନାଁରେ ରାଜ୍ୟ ସରକାର 2 ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ ।

ମାଲକାନଗିରି ଏସପିଙ୍କ ନିକଟରେ ଜଣେ ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ
ମାଲକାନଗିରି ଏସପିଙ୍କ ନିକଟରେ ଜଣେ ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ

By

Published : Aug 23, 2020, 4:07 PM IST

ମାଲକାନଗିରି: ହିଂସା ଛାଡି ମାଲକାନଗିରି ଏସପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି ଜଣେ ହାର୍ଡକୋର ମାଓବାଦୀ । ଆତ୍ମସମର୍ପଣ କରିଥିବା ମାଓବାଦୀ ଜଣକ ହେଲେ ମହାଦେବ ମାଡକାମି । ସେ ଛତିଶଗଡ଼ ଦାର୍ଭା ଡିଭିଜନ ମାଓ ସଙ୍ଗଠନ ଅଧୀନରେ ଥିବା କାଙ୍ଗେରଘାଟିର ପାର୍ଟି ସଦସ୍ୟ ଭାବରେ କାର୍ଯ୍ୟ କରୁଥିଲେ ।

ସାଧାରଣ ନାଗରିକଙ୍କ ହତ୍ୟା, ଜନସାଧାରଣଙ୍କ ସମ୍ପତ୍ତି ନଷ୍ଟ କରିବା ଏବଂ ସୁରକ୍ଷାବାହିନୀ ସହ ଗୁଳି ବିନିମୟ ଭଳି ହିଂସାତ୍ମକ କାର୍ଯ୍ୟରେ ମଧ୍ୟ ସମ୍ପୃକ୍ତି ରହିଥିଲା । ମହାଦେବ ନାଁରେ ରାଜ୍ୟ ସରକାର 2 ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ । କାଙ୍ଗେର ଘାଟି ମାଓ ସଙ୍ଗଠନର ବରିଷ୍ଠ ମାଓବାଦୀ ନେତାଙ୍କ ଆଚରଣ ଏବଂ ତେଲୁଗୁ ଏବଂ ଅନ୍ୟାନ୍ୟ କ୍ୟାଡରଙ୍କ ମଧ୍ୟରେ ଆଞ୍ଚଳିକ ଭାବନା ତାଙ୍କୁ ନିରାଶ କରିଥିବା ବେଳେ ମାଲକାନଗିରି ଜିଲ୍ଲାର ଦ୍ରୁତ ବିକାଶ କାର୍ଯ୍ୟ ତାଙ୍କୁ ସମାଜର ମୁଖ୍ୟ ସ୍ରୋତକୁ ଫେରିବା ପାଇଁ ଆକର୍ଷିତ କରିଥିଲା ।

ମାଲକାନଗିରି ଏସପିଙ୍କ ନିକଟରେ ଜଣେ ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ

ଆତ୍ମସମର୍ପଣ କରିଥିବା ମାଓବାଦୀ ମହାଦେବଙ୍କୁ ଓଡିଶା ସରକାରଙ୍କ ଆତ୍ମସମର୍ପଣ ଏବଂ ପୁନର୍ବାସ ଯୋଜନାରେ ଅନୁଯାୟୀ ଆର୍ଥିକ ସହାୟତା ପ୍ରଦାନ କରାଯିବ । ଏହାସହିତ ଘର ନିର୍ମାଣ, ଆର୍ଥିକ ଅନୁଧ୍ୟାନ ଏବଂ ସେମାନଙ୍କ ପସନ୍ଦ ଅନୁଯାୟୀ ବାଣିଜ୍ୟ ତଥା ଧନ୍ଦାମୂଳକ ତାଲିମ ଦିଆଯିବ ମାଲକାନଗିରି ଏସପି ଋଷିକେଶ ଦୟାନନ୍ଦ ଖିଲାରୀ କହିଛନ୍ତି ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ABOUT THE AUTHOR

...view details