ମାଲକାନଗିରି: କୋରୋନା ସଂକ୍ରମିତଙ୍କ ପାଇଁ ଦେବଦୂତ ସାଜିଛନ୍ତି ଡାକ୍ତର । ବର୍ତ୍ତମାନ ସୁଦ୍ଧା ଏହି ସଂକ୍ରମଣର ମୁକାବିଲା ପାଇଁ କୌଣସି ନିର୍ଦ୍ଦିଷ୍ଟ ପ୍ରତିଷେଧକ କିମ୍ବା ଔଷଧ ବାହାରି ନାହିଁ । ତଥାପି ରୋଗୀଙ୍କ ଭରସା ହେଉଛନ୍ତି ଏହି ଚିକିତ୍ସକ । ଔଷଧ ନଥିବା ଜାଣି ମଧ୍ୟ ରୋଗୀ ଡାକ୍ତରଙ୍କ ଉପରେ ସମ୍ପୂର୍ଣ୍ଣ ଭରସା କରୁଛନ୍ତି ।
ଏଭଳି ସ୍ଥିତିରେ ମାଲକାନଗିରିର ଡାକ୍ତର ପ୍ରିୟବ୍ରତ ଦାସ ମଧ୍ୟ ନିଜ କମାଲ ଦେଖାଇଛନ୍ତି । କୋରୋନା ସଂକ୍ରମିତଙ୍କ ମନୋବଳ ବଢାଇବାକୁ ନିଜ ଫେସବୁକ୍ ପେଜରେ 'ହମ ହୋଙ୍ଗେ କାମୟାବ'ଗୀତକୁ ଅତି ସୁନ୍ଦର ଭାବେ ଗାଇଛନ୍ତି । କୋଭିଡ ଚିକିତ୍ସାଳୟରେ କାର୍ଯ୍ୟରତ ଥିବା ସମୟରେ ସେ ଏହି ଗୀତ ଗାଇଛନ୍ତି । ଏହି ସମୟରେ ସେ ମାସ୍କ ଓ କୋଭିଡ କିଟ୍ ପିନ୍ଧିଥିବାର ମଧ୍ୟ ନଜର ଆସିଛନ୍ତି ।
ଏହି ଗୀତ ମାଧ୍ୟମରେ ସେ ରୋଗୀଙ୍କୁ ବାର୍ତ୍ତା ଦେଇ କହିଛନ୍ତି ଯେ, ନିଶ୍ଚିତ ଭାବେ କୋରୋନା ହାରିବ ଏବଂ ଆମେ ଜିତିବା । ଏହି ଅଦୃଶ୍ୟ ଭୂତାଣୁକୁ ସମ୍ପୂର୍ଣ୍ଣ ନଷ୍ଟ କରିବା ପାଇଁ ଯେଉଁ ଯୁଦ୍ଧ ଓ ସଂଗ୍ରାମ ଆରମ୍ଭ ହୋଇଛି ଏବଂ ଏଥିରେ ଯେଉଁ ଯୋଦ୍ଧା ବଳିଦାନ ଦେଇଛନ୍ତି ସେମାନଙ୍କ ବଳିଦାନ ବ୍ୟର୍ଥ ଯିବନାହିଁ । ଦିନେ ନା ଦିନେ ଏହି ମହାମାରୀକୁ ଆୟତ କରିବୁ ।