ମାଲକାନଗିରି:ମାଲକାନଗିରି ଏମ୍ଭି-୩ ଗ୍ରାମ ସ୍ଥିତ ବିଏସଏଫ ହେଡ୍ କ୍ବାଟର କ୍ୟାମ୍ପରେ ବନ ମହୋତ୍ସବ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଏସଏଫ ଡିଆଇଜି ଶୈଳେନ୍ଦ୍ର କୁମାର ସିହ୍ନା, ଜିଲ୍ଲାପାଳ ବିଶାଲ ସିଂ, ଏସ୍ପି ନୀତିଶ ୱାଧନୀ, ଡିଏଫଓ ପ୍ରତାପ କୋତ୍ତାପାଲୀ , ବନାଞ୍ଚଳ ଅଧିକାରୀ ଜଗନ୍ନାଥ ବିଷୋୟୀ ପ୍ରମୁଖ ଯୋଗ ଦେଇଥିଲେ । ତେବେ ଶତାଧିକ ବିଏସଏଫ ଯବାନ କ୍ୟାମ୍ପସରେ ଶତାଧିକ ବୃକ୍ଷରୋପଣ କରିଥିଲେ । ବିଏସଏଫ, ବନ ବିଭାଗ ଏବଂ ପୋଲିସ ବିଭାଗର ମିଳିତ ଆନୁକୂଲ୍ୟରେ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
BSF କ୍ୟାମ୍ପରେ ଜିଲ୍ଲାସ୍ତରୀୟ ବନ ମହୋତ୍ସବ ପାଳିତ - bana mohatsav news
ମାଲକାନଗିରିର ବିଏସଏଫ ହେଡ୍ କ୍ବାଟର କ୍ୟାମ୍ପରେ ବନ ମହୋତ୍ସବ ପାଳିତ ହୋଇଯାଇଛି । ଅଧିକ ପଢନ୍ତୁ
ତେବେ ଏହି ଅବସରରେ ଏକ ସ୍ବତନ୍ତ୍ର ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା । ଏଥିସହ କାର୍ଯ୍ୟକ୍ରମରେ ଜନସାଧାରଣ ମଧ୍ୟ ଉପସ୍ଥିତ ଥିଲେ । ବୃକ୍ଷରୋପଣ କରିବା ସହ ଜଙ୍ଗଲକୁ ରକ୍ଷା କରିବା ନିମନ୍ତେ ସମସ୍ତେ ଶପଥ ନେଇଥିଲେ । ସମସ୍ତ ବୃକ୍ଷର ଯତ୍ନ ନେବା ସହ ଗଛ ଗୁଡ଼ିକ କିଭଳି ବଡ଼ ହେବ ସେନେଇ କାର୍ଯ୍ୟ କରିବା ପାଇଁ ମଧ୍ୟ ଶପଥ ନେଇଥିଲେ । ଡିଆଇଜି ସିହ୍ନା ସମସ୍ତଙ୍କୁ ବୃକ୍ଷରୋପଣ କରିବାକୁ ଅନୁରୋଧ କରିବା ସହ ଗଛ ବଞ୍ଚିଲେ ହିଁ ଆମେ ବଞ୍ଚିବା ବୋଲି କହିଥିଲେ । ଆଗାମୀ ଦିନରେ ଜିଲ୍ଲାରେ ଥିବା ୩୦ରୁ ଊର୍ଦ୍ଧ୍ବ ବିଏସଏଫ କ୍ୟାମ୍ପରେ ବୃକ୍ଷରୋପଣ କରାଯିବ ବୋଲି କୁହାଯାଇଥିଲା ।