ମାଲକାନଗିରି: ଆଜି ଆନ୍ତର୍ଜାତୀୟ ବୃଦ୍ଧ ଦିବସ ଅବସରରେ ଘରୁ ବିତାଡିତ ଜଣେ ନିବାସୀଙ୍କୁ ଥଇଥାନ କଲା ଜିଲ୍ଲା ଆଇନ ସେବା ପ୍ରାଧିକରଣ । ମାଲକାନଗିରି 119 କଲୋନୀ ନିବାସୀ ରଜନୀ ପଣ୍ଡା ନାମକ ବୃଦ୍ଧା ସହରରେ ବୁଲୁଥିବାବେଳେ ତାଙ୍କ ହାତ ମଧ୍ୟ ଭାଙ୍ଗି ଯାଇଥିଲା । ମାଲକାନଗିରି ସମାଜ ସେବୀ ଗୀତାଞ୍ଜଳି ମହାପାତ୍ର ଏ ସମ୍ପର୍କରେ ମାଲକାନଗିରି ପୋଲିସ ଷ୍ଟେସନରେ କାର୍ଯ୍ୟରତ ଏସ.ଆଇ ଶୁଭଶ୍ରୀ ନାୟକଙ୍କୁ ଜଣାଇଥିଲେ ।
ଏହି ବିଷୟ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ମାଲକାନଗିରି ସଚିବ ତଥା ସ୍ଥାୟୀ ଓ ନିରନ୍ତର ଲୋକ ଅଦାଲତର ବିଚାରପତି ଅମରେଶ ନାୟକଙ୍କୁ ଜଣାଇଥିଲେ । ସଚିବ ସଙ୍ଗେ ସଙ୍ଗେ ପାରା ଲିଗାଲ ସେଚ୍ଛାସେବୀ ଡ. ରଞ୍ଜନ କୁମାର ସ୍ବାଇଁ ଓ ସଙ୍ଗୀତା ଦାଶଙ୍କୁ ବୃଦ୍ଧାଙ୍କୁ ଉଦ୍ଧାର କରିବା ପାଇଁ କହିଥିଲେ । ସଚିବ ସମସ୍ତ ବିଷୟ ବୁଝି ବୃଦ୍ଧାଟିକୁ ଉଦ୍ଧାରକର୍ତ୍ତା ଟିମଙ୍କ ଜରିଆରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ପଠାଇ ଯଥାଶୀଘ୍ର ବୃଦ୍ଧ ମହିଳାଙ୍କ ଥଇଥାନ କରି ତାଙ୍କ ଆଶୁ ଚିକିତ୍ସା ସକାଶେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ଚିଠି ମାଧ୍ୟମରେ ଆଦେଶ ଦେଇଛନ୍ତି ।