ଓଡିଶା

odisha

ETV Bharat / state

କଣ୍ଟେନମେଣ୍ଟ ଜୋନ ଅବଧି ବୃଦ୍ଧିକୁ ନେଇ ଦ୍ବନ୍ଦ, 2 ଘଣ୍ଟା ଅଟକି ରହିଲେ ଜର୍ଜ - lawyers stalled for 2 hours

କଣ୍ଟେନମେଣ୍ଟ ଜୋନ ଅବଧି ବୃଦ୍ଧି ପାଇଥିଲେ ହେଁ 2ଘଣ୍ଟା ପର୍ଯ୍ୟନ୍ତ ପୋଲିସ ଦେଖାଇ ପାରିଲାନି ଚିଠି । ଦୀର୍ଘ 2 ଘଣ୍ଟା ବାହାରେ ଛିଡା ହେବା ପରେ ଅସନ୍ତୋଷ ଜାହିର କରିଛନ୍ତି ଆଇନଜୀବୀ ।

କଣ୍ଟେନମେଣ୍ଟ ଜୋନ ଅବଧି ବୃଦ୍ଧିକୁ ନେଇ ଅସନ୍ତୋଷ, 2 ଘଣ୍ଟା ଅଟକି ରହିଲେ ଆଇନଜୀବୀ
କଣ୍ଟେନମେଣ୍ଟ ଜୋନ ଅବଧି ବୃଦ୍ଧିକୁ ନେଇ ଅସନ୍ତୋଷ, 2 ଘଣ୍ଟା ଅଟକି ରହିଲେ ଆଇନଜୀବୀ

By

Published : Jul 16, 2020, 1:49 PM IST

Updated : Jul 16, 2020, 2:32 PM IST

ମାଲକାନଗିରି: କଣ୍ଟେନମେଣ୍ଟ ଜୋନ ଅବଧି ବୃଦ୍ଧିକୁ ନେଇ ଅସନ୍ତୋଷ । 2 ଘଣ୍ଟା ଅଟକି ରହିଲେ ଆଇନଜୀବୀ ଓ ଜଜ । ଏଭଳି ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲାରୁ । ଏହି ଘଟଣାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଆଇନଜୀବୀ ।

ସୂଚନା ଅନୁସାରେ, କୋର୍ଟ ନିକଟରୁ କୋରୋନା ପଜିଟିଭ ଚିହ୍ନଟ ପରେ କୋର୍ଟ ପରିସରକୁ ୧୫ ତାରିଖ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଥିଲା । ହେଲେ ଗୁରୁବାର ଦିନ ୧୦ ସମୟରେ ଜଜ ଓ ଓକିଲ କୋର୍ଟକୁ ଯିବା ସମୟରେ ଗେଟ ସମ୍ମୁଖରେ ପୋଲିସ ଭିତରକୁ ଯିବାକୁ ବାରଣ କରିଥିଲା ଏବଂ କଣ୍ଟେନମେଣ୍ଟ ଜୋନ ଅବଧି ବୃଦ୍ଧି ହୋଇଥିବା ପୋଲିସ କହିଥିଲା । କିନ୍ତୁ ଅବଧି ବୃଦ୍ଧି ନେଇ କୌଣସି ଚିଠି ପୋଲିସ ଦେଖାଇ ପାରି ନଥିଲେ ।

କଣ୍ଟେନମେଣ୍ଟ ଜୋନ ଅବଧି ବୃଦ୍ଧିକୁ ନେଇ ଦ୍ବନ୍ଦ, 2 ଘଣ୍ଟା ଅଟକି ରହିଲେ ଜର୍ଜ

ଯାହାକୁ ନେଇ ଆଇନଜୀବୀଙ୍କ ସହ ପୋଲିସ ଓ ପ୍ରଶାସନ ମଧ୍ୟରେ ସାମାନ୍ୟ ବଚସା ମଧ୍ୟ ହୋଇଥିଲା । ଦିନ ୧୨ଟା ସମୟରେ ପୋଲିସ ଓ ପ୍ରଶାସନ ଅବଧି ବୃଦ୍ଧି ହେବାର ଚିଠି ଦେଖାଇଥିବା ପରେ ଓକିଲ ଓ ଜଜ ଘଟଣାସ୍ଥଳ ଛାଡି ଯାଇଥିଲେ । ୨ ଘଣ୍ଟା ଧରି ଜର୍ଜ ଓ ଓକିଲଙ୍କୁ ବ୍ୟାରିକେଡ ନିକଟରେ ଛିଡ଼ା କରିବା ଏବଂ ଅବଧି ବଢିଥିବାର ଚିଠି ନଦେଖାଇବାକୁ ନେଇ ଅସନ୍ତୋଷ ଜାହିର କରିଛି ଓକିଲ ସଂଘ ।

ତେବେ ବାଲିମେଳା ଛକ ଠାରୁ ଆଇଏମଏସଟି ଛକ ପର୍ଯ୍ୟନ୍ତ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

Last Updated : Jul 16, 2020, 2:32 PM IST

ABOUT THE AUTHOR

...view details