ଓଡିଶା

odisha

ETV Bharat / state

ମାଲକାନଗିରିରେ ଭିନ୍ନକ୍ଷମ ଅଧିକାର ଓ ଅଧିନିୟମ ସଚେତନତା କାର୍ଯ୍ୟକ୍ରମ - ଭିନ୍ନକ୍ଷମ ସଚେତନତା ଶିବିର ମାଲକାନଗିରି

ମାଲକାନଗିରିରେ ଭିନ୍ନକ୍ଷମ ବ୍ୟକ୍ତି ଓ ପିଲାମାନଙ୍କୁ ଭିନ୍ନକ୍ଷମ ଅଧିନିୟମ ବାବଦରେ ସଚେତନତା କାର୍ଯ୍ୟକ୍ରମ । ଅଧିକ ପଢନ୍ତୁ...

ଭିନ୍ନକ୍ଷମ ଅଧିକାର ଓ ଅଧିନିୟମ-୨୦୧୬ ସମ୍ବନ୍ଧୀୟ ସଚେତନତା ଶିବିର
ଭିନ୍ନକ୍ଷମ ଅଧିକାର ଓ ଅଧିନିୟମ-୨୦୧୬ ସମ୍ବନ୍ଧୀୟ ସଚେତନତା ଶିବିର

By

Published : Dec 17, 2020, 7:06 AM IST

ମାଲକାନଗିରି: ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳ ବଡ଼ପଡ଼ା ଠାରେ ଭିନ୍ନକ୍ଷମ ଅଧିକାର ଓ ଅଧିନିୟମ-୨୦୧୬ ଓ ବିଭିନ୍ନ ଯୋଜନା ସମ୍ବନ୍ଧୀୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ମୁଖ୍ୟଅତିଥି ଭାବେ ରାଜ୍ୟ ଭିନ୍ନକ୍ଷମ ସଚିବ ସୁଲୋଚନା ଦାସ ଯୋଗ ଦେଇଥିଲେ ।

ଭିନ୍ନକ୍ଷମ ଅଧିକାର ଓ ଅଧିନିୟମ-୨୦୧୬ ସମ୍ବନ୍ଧୀୟ ସଚେତନତା ଶିବିର

ସେହିପରି ସମ୍ମାନୀତ ଅତିଥି ଭାବେ ଏଡିଏମ ବୀରସେନ ପ୍ରଧାନ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ରାଧାମଣି ଦଳାଇ, ଚିତ୍ରକୋଣ୍ଡା ତହସିଲଦାର ଟି. ପଦ୍ମନାଭ ଦୋରା, ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟ ଅଧକ୍ଷ ଖିରୋଦ ଚନ୍ଦ୍ର ମହନ୍ତ, ଉପଖଣ୍ଡୀୟ ସାମାଜିକ ସୁରକ୍ଷା ଅଧିକାରୀ ପଦ୍ମ ରଞ୍ଜନ ଦାସ ଓ ସିଡିପିଓ ଅନ୍ନପୂର୍ଣ୍ଣା ପ୍ରମୁଖ ଉପସ୍ଥିତ ଥିଲେ ।

ଏହି କାର୍ଯ୍ୟକ୍ରମକୁ ସ୍ୱାଭିମାନ ଅଞ୍ଚଳର ବହୁ ଭିନ୍ନକ୍ଷମ ବ୍ୟକ୍ତି ଓ ପିଲାମାନେ ଆସିଥିଲେ । ସଚିବ ସ୍ୱାଭିମାନ ଅଞ୍ଚଳ ପାଇଁ ଥିବା ଯୋଜନା ଓ ଭିନ୍ନକ୍ଷମ ଅଧିକାର ସମ୍ପର୍କରେ ଆଲୋଚନା କରିବା ସହ ଦିବ୍ୟାଙ୍ଗ ପିଲାଙ୍କ ପାଇଁ ଏକ ଭୀମଭୋଇ ସାମର୍ଥ୍ୟ ଶିବିର ବିଦ୍ୟାଳୟ କରିବା ସହିତ ସ୍ୱାସ୍ଥ୍ୟସେବା, ଶିକ୍ଷକ ନିଯୁକ୍ତ ଆଦି ମୌଳିକ ସୁବିଧା ସରକାର ବହନ କରିବେ ବୋଲି ସଚିବ ଘୋଷଣା କରିଥିଲେ । ଅନ୍ୟ ସମସ୍ତ ଅଧିକାରୀମାନେ ବିଭିନ୍ନ ବିଭାଗରେ ଥିବା ଯୋଜନା ସମ୍ପର୍କରେ କହିଥିଲେ । ଏହି ଶିବିରରେ ୨୩ ଜଣ ଭିନ୍ନକ୍ଷମ ପିଲାଙ୍କୁ ଭତ୍ତା ଓ ବିଭିନ୍ନ ଉପକରଣ ଦିଆଯାଇଥିଲା ।


ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ABOUT THE AUTHOR

...view details