ଓଡିଶା

odisha

ETV Bharat / state

29 ବର୍ଷ ପରେ ବଣ୍ଡାଘାଟିରେ ଡିଜିପି - 29 ବର୍ଷ ପରେ ମାଲକାନାଗିରିରେ ଡିଜିପି

ମାଲକାନଗିରି ଜିଲ୍ଲା ବଣ୍ଡାଘାଟିରେ ପୋଲିସ ମହାନିର୍ଦ୍ଦେଶକ ଅଭୟ । ଏହା ତାଙ୍କର ଦ୍ବିତୀୟ ଗସ୍ତ । ଅଧିକ ପଢନ୍ତୁ...

ମାଲକାନଗିରିରେ ଡିଜିପି
ମାଲକାନଗିରିରେ ଡିଜିପି

By

Published : Mar 7, 2021, 3:05 PM IST

Updated : Mar 7, 2021, 3:21 PM IST

ମାଲକାନଗିରି: ଜିଲ୍ଲା ବଣ୍ଡାଘାଟିରେ ପୋଲିସ ମହାନିର୍ଦ୍ଦେଶକ ଅଭୟଙ୍କ ସହିତ ତିନି ଜଣିଆ ଟିମ ପହଞ୍ଚିଛନ୍ତି । ଡିଜିପି ଅଭୟଙ୍କର ଏହା ଦ୍ବିତୀୟ ଗସ୍ତ ।

ମାଲକାନଗିରିରେ ଡିଜିପି

ଗସ୍ତରେ ଡିଜିପି ବିଏସଏଫ କ୍ୟାମ୍ପରେ ମାଓ ଦମନ ନେଇ ରୁଦ୍ଧ ଦ୍ବାର ବୈଠକ କରିଛନ୍ତି । ସମୀକ୍ଷା ପରେ ବଣ୍ଡାଘାଟି ଓ ସ୍ବାଭିମାନ ଅଞ୍ଚଳର ବିକାଶ ପାଇଁ ସରକାର ସବୁବେଳେ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି ଡିଜିପି ଅଭୟ । ସ୍ବାଭିମାନ ଅଞ୍ଚଳର ବିକାଶ କାର୍ଯ୍ୟ ଯେପରି ରାସ୍ତା କାମ, ବିଦ୍ୟୁତ କାମ କି ପାନୀୟ କାର୍ଯ୍ୟର ଯେପରି ମାଓବାଦୀମାନେ ବାଧା ସୃଷ୍ଟି ନ କରନ୍ତୁ ସେଥିପାଇଁ ପୋଲିସର ଦୁଇଟି ବିଏସଏଫ କ୍ୟାମ୍ପ ପ୍ରତିଷ୍ଠା କରାଯାଇଛି ।

ମାଓବାଦୀମାନଙ୍କୁ ଆତ୍ମସର୍ମପଣ କରି ପୁଣିଥରେ ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ଆହ୍ବାନ ଦେଇଛନ୍ତି ଡିଜିପି ଅଭୟ । ଭୁଲ ବାଟରେ ଯାଇଥିବା ମାଓବାଦୀମାନେ ଭଲ ରାସ୍ତାକୁ ଆସି ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହୁଅନ୍ତୁ ବୋଲି କହିଛନ୍ତି ଡିଜିପି ।

ସମୟ 12ଟାରେ ପୋଲିସ ଡିଜିପିଙ୍କ ସହିତ ତିନି ଜଣିଆ ଟିମ ମାଲକାନଗିରିର ବଣ୍ଡାଘାଟିରେ ପହଞ୍ଚିଛନ୍ତି । ବଣ୍ଡାମହିଳାମାନେ ପାରମ୍ପରିକ ନୃତ୍ୟ ଓ ବେଶ ପୋଷକ ମାଧ୍ୟମରେ ଡିଜିପ ଓ ତାଙ୍କ ଟିମକୁ ସ୍ବାଗତ କରିଥିଲେ ।

ଗସ୍ତରେ ଡିଜିପି ବଣ୍ଡା ମହିଳାଙ୍କ ସହିତ ସେମାନଙ୍କ ସମସ୍ୟା ବିଷୟରେ ଆଲୋଚନା କରିଥିଲେ । ଏହା ପରେ ମହିଳାମାନଙ୍କୁ କମ୍ବଳ,ଶାଢୀ ଓ ଯୁବକଙ୍କୁ ଖେଳ ସାମଗ୍ରୀ ବଣ୍ଟନ କରିଥିଲେ । ଡିଡିପି ଅଭୟ 1992 ମସିହାରେ ମାଲକାନଗିରି ବଣ୍ଡାଘାଟି ଆସିଥିଲେ । ଆଜି ଏହା ତାଙ୍କର ଦ୍ବିତୀୟ ଗସ୍ତ ।

ମାଲକାନାଗିିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

Last Updated : Mar 7, 2021, 3:21 PM IST

ABOUT THE AUTHOR

...view details