ଓଡିଶା

odisha

ETV Bharat / state

କଡ଼ାକଡ଼ି ଯାଞ୍ଚ ହେବ ନାଇଟ କର୍ଫ୍ୟୁ, ଦକ୍ଷିଣ ପଶ୍ଚିମାଞ୍ଚଳ DIGଙ୍କ ସୂଚନା - covid restriction will by obey strictly

ମାଲକାନଗିରି ଜିଲ୍ଲା ସମେତ ଦଶଟି ଜିଲ୍ଲାକୁ ଘୋଷଣା ହେଲା ନାଇଟ କର୍ଫ୍ୟୁ । ଆଜିଠାରୁ ଆରମ୍ଭ ହେବ ନାଇଟ କର୍ଫ୍ୟୁ । ରାତି 10ଟା ଠାରୁ ସକାଳ 5 ଟା ପର୍ଯ୍ୟନ୍ତ ଏହି ନାଇଟ କର୍ଫ୍ୟୁ ବଳବତ୍ତର ରହିବ । ଏଥିପାଇଁ ଜିଲ୍ଲା ପ୍ରଶାସନ ଡାକବାଜି ଯନ୍ତ୍ର ଯୋଗେ ଲୋକଙ୍କୁ ସଚେତନତା ଆରମ୍ଭ କରିଦେଇଛି । ଅଧିକ ପଢନ୍ତୁ...

କଡ଼ାକଡ଼ି ଯାଞ୍ଚ ହେବ ନାଇଟ କର୍ଫ୍ୟୁ : ଦକ୍ଷିଣ ପଶ୍ଚିମାଞ୍ଚଳ DIGଙ୍କ ସୂଚନା
କଡ଼ାକଡ଼ି ଯାଞ୍ଚ ହେବ ନାଇଟ କର୍ଫ୍ୟୁ : ଦକ୍ଷିଣ ପଶ୍ଚିମାଞ୍ଚଳ DIGଙ୍କ ସୂଚନା

By

Published : Apr 5, 2021, 10:57 PM IST

ମାଲକାନଗିରି : ଦୀର୍ଘ ଦିନ ପରେ ପୁଣି ଫେରିଲା ମାଲକାନଗିରି ଜିଲ୍ଲାରେ କୋରୋନା ମହାମାରୀ । ମାଲକାନଗିରି ଜିଲ୍ଲା ସମେତ ଦଶଟି ଜିଲ୍ଲାକୁ ଘୋଷଣା ହେଲା ନାଇଟ କର୍ଫ୍ୟୁ । ଆଜିଠାରୁ ଆରମ୍ଭ ହେବ ନାଇଟ କର୍ଫ୍ୟୁ । ରାତି 10ଟା ଠାରୁ ସକାଳ 5 ଟା ପର୍ଯ୍ୟନ୍ତ ଏହି ନାଇଟ କର୍ଫ୍ୟୁ ବଳବତ୍ତର ରହିବ । ଏଥିପାଇଁ ଜିଲ୍ଲା ପ୍ରଶାସନ ଡାକବାଜି ଯନ୍ତ୍ର ଯୋଗେ ଲୋକଙ୍କ ମଧ୍ୟରେ ସଚେତନତା ଆରମ୍ଭ କରିଦେଇଛି ।

କଡ଼ାକଡ଼ି ଯାଞ୍ଚ ହେବ ନାଇଟ କର୍ଫ୍ୟୁ : ଦକ୍ଷିଣ ପଶ୍ଚିମାଞ୍ଚଳ DIGଙ୍କ ସୂଚନା

ମାଲକାନଗିରି ସୀମାନ୍ତ ଛତିଶଗଡ଼ ଜିଲ୍ଲାରେ କୋରୋନା ମହାମାରୀ କାୟା ବିସ୍ତାର କରି ଚାଲିଛି । ଏହାକୁ ଦୃଷ୍ଟିରେ ରଖି ଲୋକଙ୍କ ଜୀବନ ସୁରକ୍ଷା ପାଇଁ ରାଜ୍ୟ ସରକାର ଏଭଳି ପଦକ୍ଷେପ ନେଇଛନ୍ତି । ଜିଲ୍ଲାରେ ପୂର୍ବରୁ ବଡ଼ଯାତ୍ରା ସମୟରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବାର ଦୃଷ୍ଟିରେ ରଖି ଗତ 23 ତାରିଖରୁ 31 ତାରିଖ ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ନିର୍ଦ୍ଧେଶନାମା ଜାରି କରିଥିଲେ । ପୁଣି ସପ୍ତାହ ନପୁରୁଣୁ ଆରମ୍ଭ ହେବ ନାଇଟ କର୍ଫ୍ୟୁ ।

ଗତ କିଛି ମାସ ହେବ ଜିଲ୍ଲାରେ କୋରୋନା ମହାମାରୀକୁ ମାତ ଦେବାରେ ସଫଳ ହୋଇଥିଲା ଜିଲ୍ଲା ପ୍ରଶାସନ । ତେବେ ଗତକାଲି ପୁଣି ଦୁଇଜଣ କୋରୋନା ପଜିଟିଭ ହୋଇଥିବା ଦେଖିବାକୁ ମିଳିଛି । ତେଣୁ, ଆଗକୁ ଯେଭଳି ସଂକ୍ରମଣ ନବ୍ୟାପେ ସେଥିପାଇଁ ପୂର୍ବ ପ୍ରସ୍ତୁତି ଆରମ୍ଭ ହୋଇଛି । ମାର୍କେଟରେ ସାମାଜିକ ଦୂରତା ବଜାୟ ରଖିବା, ମୁହଁରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ମନ୍ଦିର ମଠରେ ଦୂରତା ବଜାୟ ରଖିବା ଦୋକାନ ଆଗରେ ଦଉଡି ଟାଣିବା ଭଳି ନିର୍ଦ୍ଧେଶନାମା ଜାରି କରିଛି ଜିଲ୍ଲା ପ୍ରଶାସନ । ଅମାନିଆକୁ ସାବାଡ଼ କରିବାକୁ ମଧ୍ୟ ଫାଇନର ବ୍ୟବସ୍ଥା କରିଛି ଜିଲ୍ଲା ପ୍ରଶାସନ । ଏହି କର୍ଫ୍ୟୁ ପାଇଁ ମାଲକାନଗିରି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଅଧିକ ସତର୍କତା ଅବଲମ୍ବନ କରାଯାଇଛି ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ABOUT THE AUTHOR

...view details