ମାଲକାନଗିରି: ଜିଲ୍ଲାର ଡିଆରଡିଏ ସଭାଗୃହରେ ଜିଲ୍ଲା ଉନ୍ନୟନ ସମୟ ଓ ପର୍ଯ୍ୟାଲୋଚନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। କୋଭିଡ-୧୯ ସମୟରେ ମନରେଗା ଯୋଜନା, ଜାତୀୟ ଗ୍ରାମ୍ୟ ଜୀବିକା ମିଶନ, ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା, ଉଜ୍ଜଳା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସମେତ ବିଭିନ୍ନ କେନ୍ଦ୍ରୀୟ ଯୋଜନା ସଫଳ ରୂପାୟନ ସମ୍ପର୍କରେ ଆଲୋଚନା କରାଯାଇଥିଲା।
ବିଶେଷ କରି ଜାତୀୟ ଯୋଜନା ଉପରେ ଆଲୋଚନା ହୋଇଥିଲା। ଏଥିରେ ମୁଖ୍ୟତଃ ଟେଲିକମ, ଜୟପୁର-ମାଲକାନଗିରି ରେଳପଥ ପାଇଁ ଜମି ଅଧିଗ୍ରହଣ ଓ ଉନ୍ନତି ସହ ରାସ୍ତାଘାଟି ଉପରେ ଆଲୋଚନା ହୋଇଥିବା ଜିଲ୍ଲାପାଳ ଡ. ବିଜୟ ପ୍ରକାଶ କରିଛନ୍ତି।