ଓଡିଶା

odisha

By

Published : Jul 5, 2023, 9:27 AM IST

Updated : Jul 5, 2023, 2:50 PM IST

ETV Bharat / state

ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ବହୁ ପ୍ରତୀକ୍ଷିତ ସିଟିସ୍କାନ ମେସିନ ଲୋକାର୍ପିତ

ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସିଟିସ୍କାନ ମେସିନ୍ ଲୋକାର୍ପିତ କରିଛନ୍ତି ନବରଙ୍ଗପୁର ସଂସାଦ ରମେଶ ଚନ୍ଦ୍ର ମାଝୀ । ଅଧିକ ପଢନ୍ତୁ

CT scan service
CT scan service

CT scan service

ମାଲକାନଗିରି: ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସିଟିସ୍କାନ ମେସିନ୍ ଲୋକାର୍ପିତ । ନବରଙ୍ଗପୁର ସଂସାଦ ରମେଶ ଚନ୍ଦ୍ର ମାଝୀ କରିଛନ୍ତି ଲୋକାର୍ପଣ । ଏହି ମେସିନ୍ ଲାଗିବା ଦ୍ବାରା ଜିଲ୍ଲା ବାହାରକୁ ଯାଉଥିବା ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତି କିମ୍ବା ଅନ୍ୟ କୌଣସି ରୋଗୀ କୋରାପୁଟ, ବିଶାଖାପାଟଣା, ବ୍ରହ୍ମପୁର ଓ କଟକ ଭଳି ବାହାର ମେଡିକାଲକୁ ସ୍କାନିଂ ପାଇଁ ଯିବାକୁ ପଡିବନି । ବରଂ ଏଠାରେ ହିଁ ସେମାନଙ୍କ ସ୍କାନିଂ ରିପୋର୍ଟ ପାଇବା ପରେ ଚିକିତ୍ସା ହୋଇପାରିବ । ସେହିପରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଉ ଯେଉଁ ସବୁ ଦରକାରୀ ଯନ୍ତ୍ରପାତିର ଆବଶ୍ୟକ ରହିଛି ତାହାର ସମାଧାନ କରାଯିବ ବୋଲି କହିଛନ୍ତି ସାଂସଦ ।

ଅନ୍ୟପଟେ ଏହି ଉଦଘାଟନୀ ଉତ୍ସବରେ ମାଲକାନଗିରି ବିଧାୟକ ଆଦିତ୍ୟ ମାଡି ଓଡିଶା ସରକାରଙ୍କ ଏହି ପଦକ୍ଷେପକୁ ପ୍ରଶଂସା କରିବା ସହ ଧନ୍ୟବାଦ ଦେଇଛନ୍ତି । ଏଥିସହ ସେ କହିଛନ୍ତି ଯେ ତାସହ ଏହି ମେସିନ ଚଳାଇବା ପାଇଁ ଆବଶ୍ୟକୀୟ ଟେକ୍ନିକାଲ୍ କର୍ମଚାରୀଙ୍କ ସହ ରେଡିଓଲୋଜିଷ୍ଟ୍ ଡାକ୍ତରଙ୍କ ଆବଶ୍ୟକତା ରହିଛି । ଏଣୁ ଏହା ବାବଦରେ ଓଡ଼ିଶା ସରକାରଙ୍କ ଦୃଷ୍ଟିଗୋଚର କରାଇବେ କହିଛନ୍ତି ମାଲକାନଗିରି ବିଧାୟକ ।

ସେହିଭଳି ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ କହିଛନ୍ତି, "ମୁଖ୍ୟମନ୍ତ୍ରୀଙ୍କର ଏହି ଜିଲ୍ଲା ଫୋକସରେ ରହିଛି । ତେଣୁ ଓଡ଼ିଶାର କିଛି ଜିଲ୍ଲା ସହ ମାଲକାନଗିରି ଜିଲ୍ଲାକୁ ଏହି ମେସିନ ଯୋଗାଇ ଦିଆଯାଇଛି । ଏହି ମେସିନ୍‌ଟି ମେଡ୍‌ ଇନ୍‌ ଜାପାନ୍‌ର ହୋଇଥିବା ବେଳେ ଏହାର ମୁଲ୍ୟ ୧କୋଟି ୨୮ ଲକ୍ଷ ଟଙ୍କା । ଏହି ମେସିନ ଚଳାଇବା (ପରିଚାଳନା) ପାଇଁ ADD NXG ନାମକ ଏକ ଏଜେନ୍ସିକୁ ଦାୟିତ୍ବ ଦିଆଯାଇଛି । ଏଜେନ୍ସି ପକ୍ଷରୁ ୬ ଜଣ ଟେକ୍ନିସିଆନ୍ ଦିଆଯାଇଛି । ରିପୋର୍ଟ ପାଇଁ ରେଡିଓ ଲଜିଷ୍ଟଙ୍କ ପାଖକୁ ପଠାଯାଇ ୮ଘଣ୍ଟା ମଧ୍ୟରେ ରିପୋର୍ଟ ରୋଗୀଙ୍କୁ ଦିଆଯିବ କହିଛନ୍ତି ସିଡିଏମଓ ।

ଏହା ମଧ୍ୟ ପଢନ୍ତୁ- ମାଲକାନଗିରି ଚିକିତ୍ସାଳୟରେ ନାହିଁ ପ୍ଲେଟ୍‌ଲେଟ୍‌ ବ୍ୟବସ୍ଥା, କେମିତି ଚିକିତ୍ସିତ ହେବେ ଡେଙ୍ଗୁ ରୋଗୀ ?

ତେବେ ଏହି ଉଦଘାଟନୀ ଉତ୍ସବରେ ନବରଙ୍ଗପୁର ସଂସଦ ରମେଶ ଚନ୍ଦ୍ର ମାଝୀଙ୍କ ସହ ମାଲକାନଗିରି ବିଧାୟକ ଆଦିତ୍ୟ ମାଡି, ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା, ସ୍ବତନ୍ନ ଉନ୍ନୟନ ପରିଷଦ ଅଧ୍ୟକ୍ଷ ରାବା ଆଡମା, ଜିଲ୍ଲାପରିଷଦ ଅଧକ୍ଷା ସମାରୀ ତାଙ୍ଗୁଲୁ, ସିଡିଏମଓ ଡା.ପ୍ରଫୁଲ୍ଲ କୁମାର ନନ୍ଦ, ଜିଲ୍ଲା ମୁଖ୍ୟଚିକିତ୍ସାଳୟର ସୁପରିଟେଣ୍ଡ ଡା.ଶିବ ପ୍ରସାଦ ମହାରଣା ସମେତ ବହୁ ହସ୍ପିଟାଲ କର୍ମଚାରୀ ଏବଂ ସ୍ଥାନୀୟଲୋକେ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ମାଲକାନଗିରି

Last Updated : Jul 5, 2023, 2:50 PM IST

ABOUT THE AUTHOR

...view details