ବରଗଡ: CRPF କ୍ୟାମ୍ପରେ ଯବାନଙ୍କ ସନ୍ଦେହ ଜନକ ମୃତ୍ୟୁ । ବରଗଡ଼ ଜିଲ୍ଲା ଜଗଦଲପୁର ଠାରେ ଥିବା ସିଆରପିଏଫ କ୍ୟାମ୍ପରେ ଜଣେ ଯବାନଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତକ ମୃତ୍ୟୁ ହୋଇଥିବା ଯବାନ ଜଣଙ୍କ ହେଉଛନ୍ତି ମଧ୍ୟପ୍ରଦେଶ ମୋରେନା ଜିଲ୍ଲାର ୪୬ ବର୍ଷୀୟ ସଞ୍ଜୟ କୁମାର ।
ମିଳିଥିବା ସୂଚନା ଅନୁଯାୟୀ, ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅଞ୍ଚଳ ମାଓ ପ୍ରବଣ ଅଞ୍ଚଳ ହୋଇଥିବାରୁ ଏହି ଅଞ୍ଚଳରେ CRPF ଯବାନମାନେ କ୍ୟାମ୍ପ କରି ରହିଆସୁଛନ୍ତି । ତେବେ ଜଗଦଲପୁର ଠାରେ ଥିବା ସିଆରପିଏଫ ଯବାନଙ୍କ କ୍ୟାମ୍ପରେ ସଞ୍ଜୟ କୁମାର ରହୁଥିବା ବେଳେ ଆଜି ସକାଳ ୫ଟା ସମୟରେ ବାଥରୁମ ଯିବା ସମୟରେ ହଠାତ ଅସୁସ୍ଥ ହୋଇ ପଡିଥିଲେ । ଏହାପରେ ତାଙ୍କୁ ପଦ୍ମପୁର ଉପଖଣ୍ଡ ଚିକିତ୍ସାଲୟକୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବା ବେଳେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ କେଉଁ କାରଣ ଯୋଗୁଁ ଯବାନଙ୍କ ମୃତ୍ୟୁ ହେଲା ତାହା ଅସ୍ପଷ୍ଟ ରହିଛି । ପଦ୍ମପୁର ଠାରେ ମୃତଦେହ ବ୍ୟବଚ୍ଛେଦ ପରେ ତାଙ୍କ ଗ୍ରାମକୁ ପଠାଯିବ ବୋଲି ସୂଚନା ରହିଛି ।