ଓଡିଶା

odisha

ମାଓବାଦୀଙ୍କ ଷଡଯନ୍ତ୍ର ପଣ୍ଡ, 10କେଜି ଲ୍ୟାଣ୍ଡମାଇନ ନିଷ୍କ୍ରିୟ

ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ମୀନପା ଜଙ୍ଗଲରେ ଯବାନଙ୍କୁ ଟାର୍ଗେଟ କରି ଲ୍ୟାଣ୍ଡମାଇନ ଖଞ୍ଜିଥିଲେ ମାଓବାଦୀ । ଅଧିକ ପଢନ୍ତୁ...

By

Published : May 4, 2021, 12:25 PM IST

Published : May 4, 2021, 12:25 PM IST

ଫେଲ ମାରିଲା ମାଓବାଦୀଙ୍କ ଷଡଯନ୍ତ୍ର
ଫେଲ ମାରିଲା ମାଓବାଦୀଙ୍କ ଷଡଯନ୍ତ୍ର

ମାଲକାନଗିରି:ପୁଣି ମାଓବାଦୀଙ୍କ ଷଡଯନ୍ତ୍ର । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ମୀନପା ଜଙ୍ଗଲରେ ପୋଲିସକୁ ଟାର୍ଗେଟ କରି 10କେଜି ଓଜନର ଲ୍ୟାଣ୍ଡମାଇନ ଖଞ୍ଜିଥିଲେ ମାଓବାଦୀ । ନକ୍ସଲଙ୍କର ଏହି ଯୋଜନାକୁ ପଣ୍ଡ କରିଛନ୍ତି ସୁରକ୍ଷାବାହୀନି ।

ଫେଲ ମାରିଲା ମାଓବାଦୀଙ୍କ ଷଡଯନ୍ତ୍ର

206 ବାଟାଲିୟନର ସିଆରପିଏଫ କୋବ୍ରା ଜବାନ ଅପରେସନ ବେଳେ ମେଟାଲ ଡିଟେକ୍ଟର ସାହାଯ୍ୟରେ ଲ୍ୟାଣ୍ଡମାଇନର ସନ୍ଧାନ ପାଇଥିଲେ । ଏହା ପରେ ଲ୍ୟାଣ୍ଡମାଇନକୁ ଉଦ୍ଧାର କରିବା ସହିତ ତାକୁ ନଷ୍ଟ କରିଛନ୍ତି । ଲ୍ୟାଣ୍ଡମାଇନର ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ସେ ଅଞ୍ଚଳ ଥରି ଉଠିଥିଲା ।

ଯଦି ମାଓବାଦୀଙ୍କ ଷଡଯନ୍ତ୍ର ସଫଳ ହୋଇଥାନ୍ତା ତେବେ, ଅନେକ ଯବାନଙ୍କୁ କ୍ଷତି ପହଁଚିଥାନ୍ତା । ଭାଗ୍ୟବଶତଃ ଲ୍ୟାଣ୍ଡମାଇନକୁ ନିଷ୍କ୍ରିୟ କରିବାରେ ସଫଳ ହୋଇଛନ୍ତି ସୁରକ୍ଷାବାହୀନି । ଯବାନ ମାଓ ଦମନ ଅପରେସେନରେ ଯିବାବେଳେ ଜଙ୍ଗଲ ମଧ୍ୟରେ ଟାର୍ଗେଟ କରି ଯୋଜନା କରିଥିଲେ ମାଓବାଦୀ ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ABOUT THE AUTHOR

...view details