ଓଡିଶା

odisha

ପୋଲାଭରମ ବିରୋଧରେ CPI(M)ର ରାଲି

ପୁଣି ତେଜିଲା ପୋଲାଭରମ ପ୍ରକଳ୍ପ ରାଜନୀତି । ପ୍ରକଳ୍ପ କାମ ବନ୍ଦ କରିବାକୁ ନେଇ ଆଜି ସର୍ବଦଳୀୟ ବୈଠକ ଦାବିରେ ରାଜ ରାସ୍ତାକୁ ଓହ୍ଲାଇଛି ସିପିଆଇ(ଏମ୍) । ଅଧିକ ପଢନ୍ତୁ...

By

Published : Aug 13, 2021, 6:35 PM IST

Published : Aug 13, 2021, 6:35 PM IST

ପୋଲାଭରମ ବିରୋଧରେ CPI(M)ର ରାଲି
ପୋଲାଭରମ ବିରୋଧରେ CPI(M)ର ରାଲି

ମାଲାକାନଗିରି: ପୁଣି ତେଜିଲା ପୋଲାଭରମ ପ୍ରକଳ୍ପ ରାଜନୀତି । ପ୍ରକଳ୍ପ କାମ ବନ୍ଦ କରିବାକୁ ନେଇ ଆଜି ସର୍ବଦଳୀୟ ବୈଠକ ଦାବିରେ ରାଜ ରାସ୍ତାକୁ ଓହ୍ଲାଇଛି ସିପିଆଇ(ଏମ୍) । ପ୍ରକଳ୍ପ ଯୋଗୁଁ ଆନ୍ଧ୍ର, ଓଡିଶା, ଛତିଶଗଡ ଓ ତେଲେଙ୍ଗାନା ରାଜ୍ୟର ଅନେକ ଆଦିବାସୀ ଲୋକେ କ୍ଷତିଗ୍ରସ୍ତ ହେବେ ।

ପୋଲାଭରମ ବିରୋଧରେ CPI(M)ର ରାଲି

ଆନ୍ଧ୍ର ସରକାର କେବଳ ନିଜ ରାଜ୍ୟରେ ବିସ୍ଥାପିତ ହେଉଥିବା ୮୦ଟି ଗ୍ରାମର ଲୋକଙ୍କୁ କ୍ଷତିପୂରଣ ଦେବା ସହ ଥଇଥାନ କାମ ଆରମ୍ଭ କରିଛନ୍ତି । ତେବେ ଏହାରି ଭିତରେ ପଡୋଶୀ ତିନି ରାଜ୍ୟର ଆଦିବାସୀ ଲୋକଙ୍କ କଥା କିନ୍ତୁ ଭୁଲି ଯାଇଛନ୍ତି ଆନ୍ଧ୍ର ସରକାର । ତେଣୁ, ଯୁଦ୍ଧକାଳୀନ ଭିତ୍ତିରେ ଓଡିଶା ସରକାର ସର୍ବଦଳୀୟ ବୈଠକ ଅନୁଷ୍ଠିତ କରିବା ଲାଗି ସିପିଆଇ(ଏମ୍) ଦଳ ପକ୍ଷରୁ ଆଜି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ମାଲକାନଗିରି ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ଦିଆଯାଇଛି ।

ମାଲାକାନଗିରିରୁ ପଞ୍ଚାନନ ଦାଶ, ଇଟିଭି ଭାରତ

ABOUT THE AUTHOR

...view details