ମାଲକାନଗିରି: ବଣ୍ଡା ଘାଟିରେ ପ୍ରଶାସନ ଓ ବ୍ୟାଙ୍କ ତରଫରୁ ସଚେତନତା ବାର୍ତ୍ତା । ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକର ଅପହଞ୍ଚ ପାହାଡ଼ି ଅଞ୍ଚଳ ବଣ୍ଡାଘାଟିରେ କୋରୋନା ସଚେତନତା ବାର୍ତ୍ତା ବାଣ୍ଟିଛନ୍ତି ଜିଲ୍ଲା ପ୍ରଶାସନ। ବଣ୍ଡା ଘାଟିରେ 12 ଜଣ କୋରୋନା ପଜିଟିଭି ଚିହ୍ନଟ ହୋଇଥିଲେ ଏହାପରେ ପ୍ରଶାସନ ତତ୍ପର ହୋଇଉଠିଛି ।
ସାରା ଭାରତରେ କୋରୋନା ମହାମାରୀର ଦ୍ବିତୀୟ ପର୍ଯ୍ୟାୟ ଜାରୀ ରହିଛି । ବଣ୍ଡା ଜନଜାତି ପାଖରେ ପହଞ୍ଚି ନଥିବା ଭାଇରସ କୋରୋନା ଦ୍ବିତୀୟ ଲହରୀରେ ପହଞ୍ଚିଛି ।ଆଦିମ ଅଧିବାସୀ ବଣ୍ଡା ସମ୍ପ୍ରଦାୟର ସ୍ବାସ୍ଥ୍ୟ ସୁରକ୍ଷା ଉପରେ ଗୁରୁତ୍ବ ଦେଇ ଘରୋଇ ବ୍ୟାଙ୍କ , ଜିଲ୍ଲା ଓ ବ୍ଲକ ପ୍ରଶାସନର ମିଳିତ ପ୍ରୟାସରେ ବଣ୍ଡାଘାଟିର ଖଇରିପୁଟ ବ୍ଲକର ଗୋଇଗୁଡା, ବାଉଁଶପଡା, ତୁଲାଗୁରୁମ ଆଦି 3 ଟି ଗ୍ରାମରେ ସଚେତନତା କରାଯାଇଥିଲା। ଲୋକଙ୍କୁ ମାସ୍କ ଓ ସାନିଟାଇଯର ବଣ୍ଟନ କରାଯିବା ସହ କୋରୋନା ମହାମାରୀରୁ କିପରି ରକ୍ଷା ପାଇବା ପାଇଁ କଣ କଣ ପଦକ୍ଷେପ ନେବାକୁ ସେ ସବୁ ଗ୍ରାମବାସୀଙ୍କୁ ବୁଝାଯାଇଥିଲା। ଅତି ଜରୁରୀ ନ ହେଲେ ବାହାରକୁ ନ ଯିବା, ଘରେ ବାହାରେ ମାସ୍କ ପିନ୍ଧିବା, ବାରମ୍ବାର ହାତ ଧୋଇବା, ଅନ୍ୟ ଠାରୁ 2 ମିଟର ଦୂରତା ରକ୍ଷା କରିବା, କାଶ, ଜ୍ଵର ହେଲେ ଅବହେଳା ନ କରି ଡାକ୍ତରଖାନା ଯିବା ଆଦି ଉପରେ ବଣ୍ଡା ଆଦିମ ଜନଜାତିଙ୍କୁ ବୁଝାଯାଇଥିଲା।