ମାଲକାନଗିରି: ଜିଲ୍ଲାରେ କୋଭିଡ ଟିକାକରଣର ଡ୍ରାଏ ରନ । ଟୀକା ଆସିଲେ ଏହାକୁ ସୁରୁଖୁରୁରେ ବିତରଣ କିଭଳି କରାଯିବ ସେଥିପାଇଁ ଆଜି(ଶନିବାର) ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡ୍ରାଏ ରନ ଅନୁଷ୍ଠିତ ହୋଇଥିଲା । ଏଥିପାଇଁ କୋ-ୱିନ ୱେବ ପୋର୍ଟାଲର ବ୍ୟବହାର କରାଯାଇଥିଲା ।
ପ୍ରତି ପଏଣ୍ଟରେ ୫ ଜଣ ଭ୍ୟାକ୍ସିନେଟର ରହିଥିଲେ । ୨୫ ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ ନେଇ ଡମି ଟିକାକରଣର ଅନୁଷ୍ଠିତ ହୋଇଥିଲା । ଟୀକା ନେବାକୁ ଆସୁଥିବା ବ୍ୟକ୍ତିଙ୍କର ପ୍ରଥମେ ରେଜିଷ୍ଟ୍ରେସନ ଓ ପରିଚୟ ପତ୍ର ଯାଞ୍ଚ ହୋଇଥିଲା । ଏହାପରେ ବ୍ୟକ୍ତିଙ୍କୁ ୱେଟିଂ ରୁମକୁ ଛଡାଯାଇଥିଲା ଓ ପରେ ତାଙ୍କ ସ୍ୱାସ୍ଥ୍ୟ ଯାଞ୍ଚ ପରେ ଭ୍ୟାାକ୍ସିନେସନ ରୁମକୁ ପଠାଯାଇଥିଲା ।