ମାଲକାନଗିରି:ଯୁବତୀଙ୍କୁ ଅସଦାଚରଣ ଅଭିଯୋଗରେ ବନ୍ଧାହେଲେ 7 ଯୁବକ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ଅଧିନ ପଦ୍ମଗିରି ରାସ୍ତାରେ । ସୂଚନାନୁସାରେ ପଦ୍ମଗିରି ରାସ୍ତା କଡରେ ଜଣେ ଯୁବକ ଓ ଯୁବତୀ ଅସଂଯତ ଅବସ୍ଥାରେ ଧରା ପଡିବା ପରେ ସେମାନଙ୍କୁ ବଳ ପୂର୍ବକ 7 ଜଣ ଯୁବକ ଅସଦାଚରଣ କରିଥିଲେ । ଏପରିକି ଘଟଣାସ୍ଥଳରେ ଯୁବତୀଙ୍କ ପୋଷାକ ଛଡାଇ ନେବା ସହ ତାଙ୍କୁ ଉଲଗ୍ନ କରି ବିଭିନ୍ନ ଶାରୀରିକ ନିର୍ଯାତନା ଦେଇଥିବା ନେଇ ସୂଚନା ମିଳିଛି।
ଏତିକିରେ ମନ ବୁଝିନଥିଲା ଯେ ଶେଷରେ ଗଣ ଦୁର୍ଷ୍କମ କରିବାକୁ ଚେଷ୍ଟା କରିଥିଲେ ସୁଦ୍ଧା ବିଫଳ ହୋଇଥିଲେ ଅଭିଯୁକ୍ତ ଯୁବକମାନେ । ଶେଷରେ ସେହି ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓକୁ ଭାଇରାଲ କରିଥିଲେ ।