ଓଡିଶା

odisha

ETV Bharat / state

ମୃତ ବ୍ୟକ୍ତିଙ୍କ ନାମରେ ମଣ୍ଡିରେ ଧାନ ବିକ୍ରି, ଜିଲ୍ଲାପାଳ ଅଫିସ ଘେରିଲେ ଚାଷୀ

ମାଲକାନଗିରି ଜିଲ୍ଲାରେ ଦେଖାଦେଇଛି ଚାଷୀ ଆନ୍ଦୋଳନ । ମୃତ ବ୍ୟକ୍ତିଙ୍କ ନାମରେ ମଣ୍ଡିରେ ଧାନ ବିକ୍ରି ଚାଲିଥିବା ବେଳେ ଦଲାଲ ଚଳାଇଛନନ୍ତି ଉତ୍ପାତ । ଅଧିକ ଖବର ପଢନ୍ତୁ...

By

Published : Dec 27, 2019, 5:38 PM IST

collector office
ମୃତ ବ୍ୟକ୍ତିଙ୍କ ନାମରେ ମଣ୍ଡିରେ ଧାନ ବିକ୍ରି,ଜିଲ୍ଲାପାଳ ଅଫିସ ଘେରିଲେ ଚାଷୀ

ମାଲକାନଗିରି: ଧାନର ଅଭାବି ବିକ୍ରିକୁ ନେଇ ମାଲକାନଗିରି ଜିଲ୍ଲାରେ ଦେଖା ଦେଇଛି ଚାଷୀ ଆନ୍ଦୋଳନ । ମୃତ ବ୍ୟକ୍ତିଙ୍କ ନାମରେ ମଣ୍ଡିରେ ଧାନ ବିକ୍ରି ହେଉଥିବା ବେଳେ ଅସଲ ଚାଷୀ କିନ୍ତୁ ମଣ୍ଡିରେ ପହଞ୍ଚିଲା ବେଳକୁ ତାଙ୍କର ଧାନ ଆଉ କିଣୁ ନାହାନ୍ତି ସରକାର । ଫଳରେ ଏବେ ମଣ୍ଡିରେ ପଡି ରହିଛି ପ୍ରକୃତ ଚାଷୀଙ୍କ ଶହ ଶହ କ୍ବିଣ୍ଟାଲ ଧାନ।

ମୃତ ବ୍ୟକ୍ତିଙ୍କ ନାମରେ ମଣ୍ଡିରେ ଧାନ ବିକ୍ରି,ଜିଲ୍ଲାପାଳ ଅଫିସ ଘେରିଲେ ଚାଷୀ

ଏପଟେ ଦଲାଲ ମାନେ ଆଦିବାସିଙ୍କ ଜମି ପଟ୍ଟା ଜାଲିଆତି କରି ତାହାକୁ ଭାଗ ଚାଷୀ ଦର୍ଶାଇ ମଣ୍ଡିରେ ଧାନ ବିକ୍ରି କରୁଛନ୍ତି । ଯାହାକୁ ନେଇ ଚାଷୀଙ୍କ ମଧ୍ୟରେ ଆନ୍ଦୋଳନ ଜୋର ଧରିଛି । ଏନେଇ ଶୁକ୍ରବାର ମାଲକାନଗିରି ଜିଲ୍ଲା ଆଦିବାସୀ ମହା ସଂଘ ପକ୍ଷରୁ ବିରାଟ ଶୋଭାଯାତ୍ରା କରାଯିବା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଓ କରାଯାଇଛି। ସରକାର ଚାଷୀଙ୍କ ଧାନ ନକିଣିବା ପର୍ଯ୍ୟନ୍ତ ଆଦିବାସି ମାନେ ନିଜର ଅଧିକାର ପାଇଁ ଏହି ଲଢେଇ ଜାରି ରଖିବେ ବୋଲି କହିଛନ୍ତି ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

ABOUT THE AUTHOR

...view details