ଓଡିଶା

odisha

By

Published : Nov 15, 2019, 7:09 PM IST

ETV Bharat / state

ଠିକାଦାର ସଂଘର ଆନ୍ଦୋଳନ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

ମାଲକାନଗିରି ଜିଲ୍ଲାର ଠିକାଦାର ସଂଘ ପକ୍ଷରୁ ଆଜି ୧୦ ଦଫା ଦାବି ନେଇ ବିଶାଳ ଶୋଭାଯାତ୍ରା କରାଯିବା ସହ ଜିଲ୍ଲାପାଙ୍କ କାର୍ଯ୍ୟାଳୟ ଘେରାଓ କରାଯାଇଥିଲା । ଅଧିକ ଖବର ପଢନ୍ତୁ...

ଫଟୋ ସୌଜନ୍ୟ- ସମ୍ବାଦଦାତା, ମାଲକାନଗିରି

ମାଲକାନଗିରି: ଜିଲ୍ଲାର ଠିକାଦାର ସଂଘ ପକ୍ଷରୁ ଆଜି ୧୦ ଦଫା ଦାବି ନେଇ ବିଶାଳ ଶୋଭାଯାତ୍ରା କରାଯିବା ସହ ଜିଲ୍ଲାପାଙ୍କ କାର୍ଯ୍ୟାଳୟ ଘେରାଓ କରାଯାଇଥିଲା । ରାଜ୍ୟ ସରକାରଙ୍କ ନୂତନ ନିୟମ ଅନୁଯାୟୀ ଠିକାଦାର ମାନେ ଏଣିକି କ୍ରସରରୁ ବାଲି, ଚିପ୍ସ ଓ ମେଟାଲ ଆଣିବା ପାଇଁ ତହସିଲ ଅଫିସରୁ ଅନୁମତି ନେବା ସହ ଟିକସ ପୈଠ କରିବାକୁ ପଡିବ ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ମାଲକାନଗିରି

ତେଣୁ ଏଭଳି ହେବା ଦ୍ବାରା ମାଓ ପ୍ରବଣ ଅଞ୍ଚଳରେ ଉନ୍ନୟନ ମୂଳକ କାର୍ଯ୍ୟରେ ବାଧା ସୃଷ୍ଟି ହେବାର ଆଶଙ୍କା ରହିଛି । ଏହାକୁ ବିରୋଧ କରି ନିଖିଳ ଓଡିଶା ଠିକାଦାର ମହାସଂଘ । ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଏସବୁ ଉଚ୍ଛେଦ କରିବା ପାଇଁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି । ଦାବି ପୂରଣ ନହେବା ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟ ବନ୍ଦ ରହିବ ବୋଲି ଠିକାଦାର ସଂଘ କହିଛି ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

ABOUT THE AUTHOR

...view details