ମାଲକାନଗିରି: କିଛି ଦିନର ନିରବତା ପରେ ପୁଣି ଥରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ରାଜ୍ୟ କଂଗ୍ରେସର କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ । ମାଲକାନଗିରି ବିକାଶକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ସେ ।
ମାଲକାନଗିରିର ପେଟା ଗାଁ ନିକଟରେ ଥିବା ପାହାଡରୁ ଆନ୍ଧ୍ରର ଘରୋଇ ଗ୍ରେନାଇଟ ନାମକ କମ୍ପାନୀ ପଥର ଖନନ କରି ବିଦେଶକୁ ରପ୍ତାନୀ କରି ମାଲାମାଲ ହେଉଛି । କୋଟି କୋଟି ଟଙ୍କା ଲାଭ ପାଉଥିବା ବେଳେ ବର୍ତ୍ତମାନ ମାଲକାନଗିରର ବିକାଶ ହୋଇପାରିନାହିଁ । ଏହାକୁ ନେଇ ରାଜ୍ୟ ସରକାରଙ୍କ ଜୋରଦାର ବର୍ଷିଛନ୍ତି ସେ ।
ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି ଏହାସହ ଚିତ୍ରକୋଣ୍ଡା ବିଛିନ୍ନାଞ୍ଚଳରେ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ବିପର୍ଯ୍ୟସ୍ତ ହୋଇ ପଡିଥିବା ନେଇ ପୂର୍ବରୁ ଅନେକ ଥର କଂଗ୍ରେସ ଆନ୍ଦୋଳନ କରିଛି । ଆଉ ଗତକାଲି ବିଛିନ୍ନାଞ୍ଚଳ ବାସୀ ମଧ୍ୟ ଆନ୍ଦୋଳନକୁ ଓହ୍ଲାଇ ଥିଲେ । ଏସାର ଷ୍ଟିଲ ନାମକ ଏକ କମ୍ପାନୀ ବିଛିନ୍ନାଞ୍ଚଳରେ ଶିକ୍ଷାର ବିକାଶ ଲାଗି ଏକ କୋଟି ଟଙ୍କା ଦେବାକୁ ଇଛା ପ୍ରକାଶ କରିଥିବା ବେଳେ ଜିଲ୍ଲା ପ୍ରଶାସନ ତାହାକୁ କାହିଁକି ଗ୍ରହଣ କରୁନାହିଁ ବୋଲି ପ୍ରଶ୍ନ କରିଛନ୍ତି ପ୍ରଦୀପ ମାଝୀ । ଯଥା ଶୀଘ୍ର ଜିଲ୍ଳାର ଆଦିବାସୀଙ୍କ ବିକାଶ ଲାଗି ରାଜ୍ୟ ସରକାର ପଦକ୍ଷେପ ନ ନେଲେ ଆନ୍ଦୋଳନ ଜୋରଦାର କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି ।
ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ