ଓଡିଶା

odisha

ଆଜି ମାଲକାନଗିରି ବନ୍ଦ, ସ୍କୁଲ-କଲେଜରେ ବନ୍ଦ ପ୍ରଭାବ

By

Published : Jan 10, 2020, 9:49 AM IST

Updated : Jan 10, 2020, 11:12 AM IST

ଜିଲ୍ଲାପାଳଙ୍କ ପିଏ ଆତ୍ମହତ୍ୟା ଘଟଣାରେ ମାଲକାନଗିରି ବନ୍ଦ ଡାକରା ଦେଇଛି କଂଗ୍ରେସ । ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କୁ ଗିରଫ ଦାବିରେ ଏହି ବନ୍ଦ ପାଳନ କରାଯାଇଛି ।

malkangiri
କଂଗ୍ରେସର ମାଲକାନଗିରି ବନ୍ଦ ଡାକରା

ମାଲକାନଗିରି: ଜିଲ୍ଲାପାଳଙ୍କ ପିଏ ଆତ୍ମହତ୍ୟା ଘଟଣାରେ ଜିଲ୍ଲାପାଳଙ୍କ ଗିରଫ ଦାବି କରି କଂଗ୍ରେସ ମାଲକାନଗିରି ବନ୍ଦ ଡାକରା ଦେଇଛି । ପୂର୍ବତନ ସାଂସଦ ପ୍ରଦୀପ ମାଝୀଙ୍କ ନେତୃତ୍ବରେ ଏହି ବନ୍ଦ ଡ଼ାକରା ଦିଆଯାଇଛି । ସକାଳୁ କଂଗ୍ରେସ କର୍ମୀ ମାନେ ସହର ପରିକ୍ରମା କରିବା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି ।

ଆଜି ମାଲକାନଗିରି ବନ୍ଦ, ସ୍କୁଲ-କଲେଜରେ ବନ୍ଦ ପ୍ରଭାବ

ସମଗ୍ର ଜିଲ୍ଲାରେ ଯାନବାହନ ସହ ଦୋକାନ ବଜାର, ସ୍କୁଲ, କଲେଜ ଓ ସମସ୍ତ କାର୍ଯ୍ୟାଳୟ ବନ୍ଦ କରାଯାଇଛି । ଦୁର୍ନୀତି ଓ ତାଙ୍କ ପିଏ ଆତ୍ମହତ୍ୟା ମାମଲାରେ ଜିଲ୍ଲାପାଳଙ୍କୁ ଗିରଫ କରିବାକୁ ଏଥିରେ ଦାବି କରାଯାଇଛି । ସେହିପରି କଂଗ୍ରେସର ବନ୍ଦ ପାଳନକୁ ନେଇ ପ୍ରଶାସନ ପକ୍ଷରୁ ସମସ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟ ବନ୍ଦ ରଖାଯାଇଥିବା ବେଳେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ପୂର୍ବରୁ କଂଗ୍ରେସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳଙ୍କ ବିରୋଧରେ ଅଭିଯୋଗ ଅଣାଯାଇଥିଲା ବେଳେ ଜିଲ୍ଲାପାଳଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଆନ୍ଦୋଳନ ପାଇଁ ଧମକ ଦିଆଯାଇଥିଲା। ଏହା ସହ ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କୁ ଗିରଫ କରିବା ଦାବିରେ କଂଗ୍ରେସ ପକ୍ଷରୁ ଥାନା ଘେରାଉ କରାଯାଇଥିଲା ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

Last Updated : Jan 10, 2020, 11:12 AM IST

ABOUT THE AUTHOR

...view details