ଓଡିଶା

odisha

ଆସନ୍ତା 10ରେ ଜିଲ୍ଲା କଂଗ୍ରେସର ମାଲକାନଗିରି ବନ୍ଦ ଡାକରା

By

Published : Jan 6, 2020, 9:29 PM IST

ଜାନୁଆରୀ 10 ତାରିଖରେ ମାଲକାନଗିରି ଜିଲ୍ଲା ବନ୍ଦ ଡାକରା ଦେଇଛି ଜିଲ୍ଲା କଂଗ୍ରେସ କମିଟି । ଜିଲ୍ଲାପାଳଙ୍କ ବିରୋଧରେ ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦାବିରେ ଆସନ୍ତା 10 ତାରିଖ ମାଲକାନଗିରି ଜିଲ୍ଲା ବନ୍ଦ ଡାକରା ଦେଇଛି ଜିଲ୍ଲା କଂଗ୍ରେସ । ପୁରା ଖବର ଜାଣନ୍ତୁ...

congress-strike
congress-strike

ମାଲକାନଗିରି: ଜିଲ୍ଲାପାଳଙ୍କ ବିରୋଧରେ ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦାବିରେ ଆସନ୍ତା 10 ତାରିଖ ମାଲକାନଗିରି ଜିଲ୍ଲା ବନ୍ଦ ଡାକରା ଦେଇଛି ଜିଲ୍ଲା କଂଗ୍ରେସ କମିଟି । ପୂର୍ବତନ ସାଂସଦ ପ୍ରଦୀପ ମାଝୀ ଏହି ବନ୍ଦ ଡ଼ାକରାର ସୂଚନା ଦେଇଛନ୍ତି ।

ଆସନ୍ତା 10ରେ ଜିଲ୍ଲା କଂଗ୍ରେସର ମାଲକାନଗିରି ବନ୍ଦ ଡାକରା

ଜିଲ୍ଲାପାଳଙ୍କ ପିଇଓ ଦେବନାରାୟଣ ପଣ୍ଡାଙ୍କ ମୃ୍ତ୍ୟୁ ମାମଲା ଓ ଜିଲ୍ଲାରେ ବ୍ୟାପକ ଦୁର୍ନୀତି ସାଙ୍ଗକୁ ଖୋଦ ଜିଲ୍ଲାପାାଳ ପିସି ନେଉଥିବା ପ୍ରତିବାଦରେ ଏହି ବନ୍ଦ ଡ଼ାକରା ଦେଇଛି ଜିଲ୍ଲା କଂଗ୍ରେସ ।

ସରକାର ଆଗାମୀ ଦିନରେ ଯଦି ଜିଲ୍ଲାପାଳଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନ ନେବେ ତେବେ ଏହି ବନ୍ଦ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଜାରି ରହିବ ବୋଲି ଚେତାବନୀ ଦେଇଛି ମାଲକାନଗିରି କଂଗ୍ରେସ କମିଟି ।

ମାଲକାନଗିରିରୁ ଜୟନ୍ତ ତିଆଡି,ଇଟିଭି ଭାରତ

ABOUT THE AUTHOR

...view details