ଓଡିଶା

odisha

ETV Bharat / state

ନିମ୍ନମାନର ଏୟାରଷ୍ଟ୍ରିପ୍ ନିର୍ମାଣ କାମ ଅଭିଯୋଗ, ମୃତକଙ୍କ ପରିବାରକୁ ୨୦ ଲକ୍ଷ ସହାୟତା ରାଶି ଦାବି

ପବନରେ ପାଚେରୀ କାନ୍ଥ ଭାଙ୍ଗି ଯାଉଥିବା ବେଳେ କାମ କିଭଳି କରଯାଉଛି ସେନେଇ ପ୍ରଶ୍ନ କରିଛି ମାଲକାନଗିରି ଜିଲ୍ଲା କଂଗ୍ରେସ କମିଟି । ଅଧିକ ପଢନ୍ତୁ

By

Published : Jun 4, 2023, 7:49 AM IST

poor quality of the airstrip construction work
poor quality of the airstrip construction work

ନିମ୍ନମାନର ଏୟାରଷ୍ଟ୍ରିପ୍ ନିର୍ମାଣ କାମ ଅଭିଯୋଗ

ମାଲକାନଗିରି:ଏୟାର ଷ୍ଟ୍ରିପ୍ ପାଚେରୀ କାନ୍ଥ ଭୁଶୁଡ଼ିବା ଘଟଣା । କାଳବୈଶାଖୀ ପବନରେ ପାଚେରୀ କାନ୍ଥ ଭାଙ୍ଗି ଯାଉଥିବା ବେଳେ କାମ କିଭଳି କରାଯାଉଛି ସେନେଇ ପ୍ରଶ୍ନ କରିଛି ମାଲକାନଗିରି ଜିଲ୍ଲା କଂଗ୍ରେସ କମିଟି । ଏୟାରଷ୍ଟ୍ରିପରେ କାମ ନିମ୍ନମାନର ହୋଇଥିବାରୁ ୨ ଜଣଙ୍କ ଜୀବନ ଅକାଳରେ ଚାଲିଯାଇଥିବା ବ‌େଳେ ଉକ୍ତ ଠିକାଦାର ଓ ଯନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି କଂଗ୍ରେସ ଜିଲ୍ଲା ସଭାପତି ଗ‌ୋବିନ୍ଦଚନ୍ଦ୍ର ପାତ୍ର ସାମ୍ବାଦିକଙ୍କୁ ଜଣାଇଛନ୍ତି ।

ସୂଚନା ମୁତାବକ, କାଳବୈଶାଖୀ ପବନରେ ଏୟାରଷ୍ଟ୍ରିପ୍‌ ପାଚେରୀ ଭାଙ୍ଗି ୨ ଜଣଙ୍କ ମୃତ୍ୟୁ ହେବାର ଖବର ପାଇବା ପରେ ଗତକାଲି କଂଗ୍ରେସ ଏକ ଟିମ୍ ଘଟଣାସ୍ଥଳକୁ ଯାଇଥିଲା । ସେଠାରେ ଏୟାରଷ୍ଟ୍ରିପ୍ କାମ କିଭଳି ହେଉଛି ତାହାର କାର୍ଯ୍ୟ ବୁଲି ଦେଖିଥିଲେ । ସେହି ପାଚେରୀକୁ ହାତରେ ଠେଲି ଦେଲେ ଭାଙ୍ଗି ଯାଉଥିବା ନେଇ ପ୍ରକାଶ କରିଥିଲେ ଗ‌ୋବିନ୍ଦଚନ୍ଦ୍ର ପାତ୍ର । ଆହୁରି ମଧ୍ୟ କହିଥିଲେ ଯେ, ପାଚେରୀ ତଳେ ପୁନାଦି ଭଲ ଭାବରେ ତିଆରି କରାଯାଉନାହିଁ । ତଳ ପଟ ଫାଙ୍କା ରହୁଛି ଏବଂ ପିଲାର ମଧ୍ୟ କରାଯାଉନାହିଁ । ଯାହାଫଳରେ ପାଚେରୀର ମୂଳଦୂଆ ମଧ୍ୟ ମଜଭୁତ ହୋଇ ରହିପାରୁନାହିଁ । ସ‌ିମେଣ୍ଟ୍‌ ବଦଳରେ ବାଲି ଅଂଶ ଅଧିକା ମିଶାଇ କାମ କରାଯାଉଛି । ବହୁ ବର୍ଷ ପରେ ମାଲକାନଗିରିବାସୀଙ୍କ ଏୟାଷ୍ଟ୍ରିପ ସ୍ବପ୍ନ ପୂରଣ ହେବାକୁ ଯାଉଥିବା ବେଳେ ତାହାକୁ ଠିକ ଭାବରେ କରନ୍ତୁ ବୋଲି କହଛନ୍ତି ।

ଏଥିସହ ଏୟାରଷ୍ଟିପ୍ ପାଚେରୀ ପଡି ମୃତ୍ୟୁବରଣ କରିଥିବା ମନୋଜ ହେମ୍ବ୍ରମ ଓ ତିଳୋତ୍ତମା ବେନିଆଙ୍କ ପରିବାରବର୍ଗଙ୍କୁ ୨୦ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରଯାଉ ବୋଲି କହିଛନ୍ତି। ନିର୍ମାଣ କରାଯାଇଥିବା ନିମ୍ନମାନର ପାଚେରୀକୁ ଭାଙ୍ଗି ପୁନର୍ବାର ପାଚେରୀ ନିର୍ମାଣ କରାଯାଉ । ସେହପରି ଏହି ପାଚେରୀକୁ ତଦାରଖ କରୁଥିବା ବିଭାଗୀୟ ଅଧିକାରୀ, ନିର୍ବାହୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀଙ୍କୁ ଚାକିରିରୁ ବହିଷ୍କାର କରାଯାଉ, ପାଚେରୀ ନିର୍ମାଣ କରୁଥିବା ଠିକାଦାରଙ୍କୁ କଳାତାଲିକା ଅନ୍ତର୍ଭୁକ୍ତ କରାଯାଉ ବୋଲି ସଭାପତି କହିଛନ୍ତି ।

ଏହି ଦାବି ପୂରଣ ନହେଲେ ଚଳିତ ମାସ ୯ ତାରିଖରେ ପୂର୍ତ୍ତ ବିଭାଗ କାର୍ଯ୍ୟାଳୟକୁ ଘେରାଉ କରିବା ସହ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ବନ୍ଦ କରିବା ପାଇଁ ଚେତାବନୀ ଦେଇଛନ୍ତି । ଏହି ଦାବିଗୁଡିକୁ ନେଇ ଶନିବାର ଜିଲ୍ଲା କଂଗ୍ରେସର ନେତାମାନ‌େ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ମହେଶ୍ବର ଚନ୍ଦ୍ର ନାୟକଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ଦାବିପତ୍ର ପ୍ରଦାନ ସମୟରେ କଂଗ୍ରେସ ନଗର ସଭାପତି ଜି.ଶ୍ରୀନିବାସ ରାଓ, ଏସଟିସେଲ ସଭାପତି ଇର୍ମା ପଡିଆମୀ, ଜିଲ୍ଲାପରିଷଦ ସଭ୍ୟ କୃଷ୍ଣଚନ୍ଦ୍ର, ପୂର୍ବତନ କାଉନସିଲର ପି. କେଶୁ ରାଓ, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ପ୍ରାଣକ୍ରିଷ୍ଣା ମଣ୍ଡଳ, ଅର୍ଜୁନ ପଡିଆମୀ, ପର୍ଶୁରାମ ଭକ୍ତ ଓ ଭିମା ବାରସେ ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ମାଲକାନଗିରି

ABOUT THE AUTHOR

...view details