ମାଲକାନଗିରି:ପଞ୍ଚାୟତ ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ କରୁଛି ବିଜେଡି । ତେବେ ଆଜି ମାଲକାନଗିରିରେ କଂଗ୍ରେସ ସାମ୍ବାଦିକ ସମ୍ମିଳନୀ କରି ଏହି ଅଭିଯୋଗ କରିଛି । ସେହିପରି ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ ସହ ଜିଲ୍ଲାରେ ମଣ୍ଡି ସମସ୍ୟା ନେଇ କଂଗ୍ରେସ ଅଭିଯୋଗ ଆଣିଛି ।
ଶାସକ ବିଜେଡି ଏକଛତ୍ରବାଦ ଶାସନ ଚଳାଇଛି । ଦଳର ନିର୍ବାଚନୀ ପ୍ରଚାରରେ ସରକାରୀ ଅଧିକାରୀ ଓ କର୍ମଚାରୀ ସାମିଲ ହେଉଥିବା କଥା ମଧ୍ୟ କଂଗ୍ରେସ ଅଭିଯୋଗ କରିଛି । ଏଥିସହ ସଦର ମହକୁମାର ଏକ ହୋଟେଲ ସଭା ଗୃହରେ ସମ୍ମିଳନୀ କରିଥିଲା ବିଜେଡି ।