ଓଡିଶା

odisha

ETV Bharat / state

ସ୍ଵାଭିମାନ ଅଞ୍ଚଳର ଶିକ୍ଷା ବ୍ୟବସ୍ଥାକୁ ନେଇ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ - ସ୍ଵାଭିମାନ ଅଞ୍ଚଳର ଶିକ୍ଷା ବ୍ୟବସ୍ଥାକୁ ନେଇ କଂଗ୍ରେସର ସାମ୍ବାଦିକ ସମିଳନୀ

ଦୀର୍ଘ ୨ ବର୍ଷ ହେଲା ଏସ.ଆର କମ୍ପାନୀ ସ୍ବାଭିମାନ ଅଞ୍ଚଳରେ ବିଦ୍ୟାଳୟ ଓ ଛାତ୍ରାବାସ ପାଇଁ ୧ କୋଟି ୩୦ ଲକ୍ଷ ଟଙ୍କା ପ୍ରଦାନ କରିବାକୁ ସହମତି ପ୍ରକାଶ କରିଥିବାବେଳେ ବର୍ତ୍ତମାସ ସୁଦ୍ଧା ଛାତ୍ରଛାତ୍ରୀଙ୍କ ପାଇଁ ଏହା ପ୍ରତିଷ୍ଠା ହୋଇପାରିନାହିଁ । ଅଧିକ ପଢନ୍ତୁ...

ସ୍ଵାଭିମାନ ଅଞ୍ଚଳର ଶିକ୍ଷା ବ୍ୟବସ୍ଥାକୁ ନେଇ କଂଗ୍ରେସର ସାମ୍ବାଦିକ ସମିଳନୀ
ସ୍ଵାଭିମାନ ଅଞ୍ଚଳର ଶିକ୍ଷା ବ୍ୟବସ୍ଥାକୁ ନେଇ କଂଗ୍ରେସର ସାମ୍ବାଦିକ ସମିଳନୀ

By

Published : Mar 20, 2021, 10:09 PM IST

ମାଲକାନଗିରି :ପାଠ ପଢ଼ାର ସୁବିଧା ନଥିବାରୁ ସ୍ବାଭିମାନ ଅଞ୍ଚଳର ଛାତ୍ରଛାତ୍ରୀ ଆନ୍ଧ୍ରର ବିଦ୍ୟାଳୟରେ ପାଠ ପଢୁଛନ୍ତି । ଆସନ୍ତା ୧୫ ଦିନ ମଧ୍ୟରେ ବିଦ୍ୟାଳୟ ସହ ଛାତ୍ରାବାସ କାର୍ଯ୍ୟ ଆରମ୍ଭ ନହେଲେ କଂଗ୍ରେସ ଦଳ ଏପ୍ରିଲ ୫ ତାରିଖ ପରେ ସ୍ବାଭିମାନ ଅଞ୍ଚଳ ବନ୍ଦ ଡାକରା ଦେବ ବୋଲି ପୂର୍ବତନ ସାଂସଦ ପ୍ରଦୀପ ମାଝି ପ୍ରକାଶ କରିଛନ୍ତି ।

ସ୍ଵାଭିମାନ ଅଞ୍ଚଳର ଶିକ୍ଷା ବ୍ୟବସ୍ଥାକୁ ନେଇ କଂଗ୍ରେସର ସାମ୍ବାଦିକ ସମିଳନୀ

ସ୍ୱାଭିମାନ ଅଞ୍ଚଳର ପାଇଖାନା ଦୁର୍ନୀତିରେ ବି.ଡି.ଓ ଏବଂ କନିଷ୍ଠ ଯନ୍ତ୍ରୀଙ୍କୁ ନିଳମ୍ବନ କରାଯିବା ଦ୍ବାରା ପ୍ରକୃତ ହିତାଧିକାରୀ କ’ଣ ପାଇଲେ ବୋଲି ପ୍ରଶ୍ନ କରି ହିତାଧିକାରୀଙ୍କ ପାଇଁ ତୁରନ୍ତ ପାଇଖାନା ନିର୍ମାଣ କରିବାକୁ ସେ ଦାବି କରିଛନ୍ତି ।

ଏଥିସହ ଜିଲ୍ଲାର ବଣ୍ଡା ଘାଟିର ଅଣ୍ଡରାହାଲ ଓ ମୁଦୁଲିପଡା ପଞ୍ଚାୟତରେ ସ୍ଵଚ୍ଛ ଭାରତ ଯୋଜନାରେ ନିର୍ମାଣ ହୋଇଥିବା ୧୩୯୪ଟି ପାଇଖାନାରେ ବ୍ୟାପକ ଦୁର୍ନୀତି ହୋଇଥିବା ସେ ଅଭିଯୋଗ କରିଛନ୍ତି । ଅଧିକାଂଶ ସ୍ଥାନରେ ପାଇଖାନା ନଥିବା ବେଳେ ଯେଉଁଠି ଅଛି, ତାହା ବ୍ୟବହାର ଯୋଗ୍ୟ ନୁହେଁ ବୋଲି ଅଭିଯୋଗ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି । ନଚେତ କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ଖଇରପୁଟ ବ୍ଲକ ଘେରାଉ କରାଯିବ ବୋଳି ପୂର୍ବତନ ସାଂସଦ ମାଝି ପ୍ରକାଶ କରିଛନ୍ତି ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ABOUT THE AUTHOR

...view details