ଓଡିଶା

odisha

କଂଗ୍ରେସର ମାଲକାନଗିରି ବନ୍ଦ ଡାକରା ପ୍ରତ୍ୟାହୃତ

By

Published : Jan 10, 2020, 9:49 PM IST

କଂଗ୍ରେସର ମାଲକାନଗିରି ବନ୍ଦ ଡାକରା ପ୍ରତ୍ୟାହୃତ ହେବା ନେଇ ପୂର୍ବତନ ସାଂସଦ ପ୍ରଦୀପ ମାଝିଙ୍କ ସୂଚନା। ଜିଲ୍ଲାର ଜନସାଧାରଣଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଏହି ବନ୍ଦ ପାଳନ ପ୍ରତ୍ୟାହୃତ କରାଯାଇଛି ବୋଲି ସେ କହିଛନ୍ତି।

ପ୍ରତ୍ୟାହୃତ ହେଲା କଂଗ୍ରେସର ମାଲକାନଗିରି ବନ୍ଦ ଡାକରା
ପ୍ରତ୍ୟାହୃତ ହେଲା କଂଗ୍ରେସର ମାଲକାନଗିରି ବନ୍ଦ ଡାକରା

ମାଲକାନଗିରି: ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କ ବିରୋଧରେ ଦିଆଯାଇଥିବା ବନ୍ଦ ଡାକରାକୁ ପ୍ରତ୍ୟାହାର କରାଯାଇଛି। ଜନସାଧାରଣଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଏହି ବନ୍ଦ ପାଳନ ପ୍ରତ୍ୟାହୃତ କରାଯାଇଛି ବୋଲି କଂଗ୍ରେସ ନେତା ପ୍ରଦୀପ ମାଝୀ ଜଣାଇଛନ୍ତି।

ପ୍ରତ୍ୟାହୃତ ହେଲା କଂଗ୍ରେସର ମାଲକାନଗିରି ବନ୍ଦ ଡାକରା

ରାଜ୍ୟ ସରକାର ମାଲକାନଗିରି ଜିଲ୍ଲାପାଳଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇନାହାଁନ୍ତି ବୋଲି ପ୍ରଦୀପ ମାଝୀ ଅଭିଯୋଗ କରିଛନ୍ତି । ଜିଲ୍ଲା ବନ୍ଦ ଡାକରା ପ୍ରତ୍ୟାହୃତ ହୋଇଥିବା ସେ ନିଜେ ସ୍ପଷ୍ଟ କରିଛନ୍ତି। ହେଲେ ଆଗାମୀ ଦିନରେ ଜିଲ୍ଲାପାଳଙ୍କ ପ୍ରତିଟି କାର୍ଯ୍ୟକ୍ରମ ଏବଂ ବ୍ଲକକୁ ଗସ୍ତ ସମୟରେ ବିରୋଧ କରାଯିବ ବୋଲି ପ୍ରଦୀପ ମାଝୀ ନିଜ ପ୍ରତିକ୍ରିୟାରେ କହିଛନ୍ତି।


ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

ABOUT THE AUTHOR

...view details