ଓଡିଶା

odisha

ETV Bharat / state

ଟେଣ୍ଡର ଫିକ୍ସିଂ ବିବାଦ: 4 ଦଫା ଦାବିପତ୍ର ଦେଲେ ପ୍ରଦୀପ ମାଝୀ

ମାଲକାନଗିରି ଟେଣ୍ଡର ଫିକ୍ସିଂ ବିବାଦରେ ପିସିସି ସଭାପତି ପ୍ରଦୀପ ମାଝୀ 4 ଦଫା ଦାବିପତ୍ର ଜିଲ୍ଲାପାଳଙ୍କୁ ଦେଇଛନ୍ତି । ଅଧିକ ପଢନ୍ତୁ...

ଟେଣ୍ଡର ଫିକ୍ସିଂ ବିବାଦ: 4 ଦଫା ଦାବିପତ୍ର ଦେଲେ ପ୍ରଦୀପ ମାଝୀ
ଟେଣ୍ଡର ଫିକ୍ସିଂ ବିବାଦ: 4 ଦଫା ଦାବିପତ୍ର ଦେଲେ ପ୍ରଦୀପ ମାଝୀ

By

Published : Jun 24, 2021, 6:16 PM IST

ମାଲକାନଗିରି: ଲଘୁ ଖଣିଜ ପାଇଁ ହୋଇଥିବା ଟେଣ୍ଡରର ବିବାଦ ଜିଲ୍ଲା ପ୍ରଶାସନର ପିଛା ଛାଡୁନି । ଆଜି(ଗୁରୁବାର) ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀଙ୍କ ନେତୃତ୍ବରେ ଗୋଟିଏ ଟିମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ୪ ଦଫା ଦାବିପତ୍ର ଦେବା ସହ ଆସନ୍ତା ୪ ତାରିଖ ଭିତରେ ଦାବି ପୂରଣ ନହେଲେ ଆନ୍ଦୋଳନର ଚେତାବନୀ ଦେଇଛି ।

ଟେଣ୍ଡର ଫିକ୍ସିଂ ବିବାଦ: 4 ଦଫା ଦାବିପତ୍ର ଦେଲେ ପ୍ରଦୀପ ମାଝୀ

ପ୍ରଦୀପ ଚାରି ଦଫା ଦାବିପତ୍ର ନେଇ ଅତିରିକ୍ତ ଜିଲ୍ଲାପାଳଙ୍କ ପାଖକୁ ଯାଇଥିବାବେଳେ ଟେଣ୍ଡର ପ୍ରକ୍ରିୟାରେ ସାମିଲ ଥିବା ଡେପୁଟି କଲେକ୍ଟରଙ୍କ ମନ୍ତବ୍ୟ ଆସିଛି । ସେ ପ୍ରଥମେ ଟେଣ୍ଡର ପ୍ରକ୍ରିୟାରେ ସାମିଲ ଥିବା କହିଥିଲେ। ପରେ ଜିଲ୍ଲାପାଳଙ୍କ ବାସଭବନରେ ଟେଣ୍ଡର ସିଲ ହେବା କଥା ସ୍ବୀକାର କରିଥିଲେ, ପରେ ପୁଣି ପଚାରିବାରୁ ସେ ଟେଣ୍ଡର ପ୍ରକ୍ରିୟାରେ କ'ଣ ହୋଇଥିଲା ଭୁଲିଯାଇଥିବା କହିବା ସହ ସଠିକ ଉତ୍ତର ଦେଇପାରିନଥିଲେ। ଟେଣ୍ଡର ପ୍ରକ୍ରିୟାରେ ସାମିଲ ଥିବା ଜିଲ୍ଲାପାଳ ଓ ସହକାରୀ ଜିଲ୍ଲାପାଳ ମନ୍ତବ୍ୟ ନ ମିଶିବାକୁ ନେଇ ଏବେ ଟେଣ୍ଡର ପ୍ରକ୍ରିୟାକୁ ନେଇ ଅନେକ ସନ୍ଦେହ ସୃଷ୍ଟି ହେଉଛି।

୨୦ ତାରିଖ ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଥିଲେ ମଧ୍ୟ 3 ଦିନ ଘରେ ରଖିବା ଓ ଟେଣ୍ଡରକୁ କାର୍ଯ୍ୟାଳୟରେ ସିଲ ନକରି ଘରେ ନେଇ ସିଲ କରିବା, କାର୍ଯ୍ୟାଳୟରୁ ବାସ ଭବନ ଯିବା ସମୟରେ ଟ୍ରେଜରି ଅଫିସରେ ନରଖି ଘରକୁ ନେବା ଏବଂ ଏହାର ପ୍ରଶ୍ନର ଉତ୍ତରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଅସୁରକ୍ଷିତ ଥିବା ଦର୍ଶାଇବାକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ଉଠିଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ୧୫ରୁ ଅଧିକ ବିଭିନ୍ନ ବିଭାଗର କାର୍ଯ୍ୟାଳୟ କାର୍ଯ୍ୟକାରୀ ହେଉଥିବାବେଳେ ନିଜେ ଜିଲ୍ଲାପାଳ ତାଙ୍କ ଅଫିସ ଅସୁରକ୍ଷିତ ରହିଥିବା କଥା ସ୍ବୀକାର କରିବାକୁ ନେଇ ପୁଣି ପ୍ରଶ୍ନ କରିଛନ୍ତି ପ୍ରଦୀପ ।

ଗୁରୁବାର ପ୍ରଦୀପ ଅତିରିକ୍ତ ଜିଲ୍ଲାପାଳଙ୍କ ଟିମ ସହ ଭେଟି ଚାରି ଦଫା ଦାବି ପ୍ରଦାନ କରିଛନ୍ତି । ପ୍ରଥମେ ଟେଣ୍ଡରକୁ କ୍ୟାନସେଲ କରାଇବା ଓ ଏହାସହ ବେଆଇନ ଘର ଉପରେ ଦିଆଯାଇଥିବା ସଲଭେନସିକୁ ରଦ୍ଦ କରିବା ଏବଂ ଜିଲ୍ଲାପାଳ ଚଲାଉଥିବା ଗାଡିକୁ ସିଜ କରିବା ଓ ଟେଣ୍ଡର ପ୍ରକ୍ରିୟାରେ ଅନିୟମିତତା କର୍ମଚାରୀଙ୍କୁ ତଦନ୍ତ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛି କଂଗ୍ରେସ । ଏପଟେ ଜିଲ୍ଲାପାଳ କିନ୍ତୁ ଟେଣ୍ଡର ପ୍ରକ୍ରିୟାରେ କୌଣସି ଅନିୟମିତତା ହୋଇନାହିଁ, ଏହା ସରକାରଙ୍କ ନିୟମ ଅନୁଯାୟୀ ହୋଇଥିବା ଦୃଢୋକ୍ତି ପ୍ରକାଶ କରିଛନ୍ତି । ଏହି ଘଟଣାକୁ ନେଇ 7 ଦିନ ମଧ୍ୟରେ ଏହାର ତଦନ୍ତ କରାଯିବ । ଯଦି ଏଥିରେ କାହାର ସମ୍ପୃକ୍ତି ଥାଏ ତାହାଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ABOUT THE AUTHOR

...view details