ଓଡିଶା

odisha

ETV Bharat / state

ମାଲକାନଗିରିରେ ସଡକ ପ୍ରକଳ୍ପ ପାଇଁ ୧୫୮ କୋଟି ମଞ୍ଜୁର - ମାଲକାନଗିରି ନ୍ୟୁଜ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଲକାନଗିରି ଜିଲ୍ଲାର ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ପ୍ରସ୍ତାବିତ ୨୧ଟି ସଡ଼କ ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି। ଏହାଦ୍ଵାରା ୧୫୮ କୋଟି ଟଙ୍କା ବ୍ୟୟରେ ୧୭୨.୫୩ କିଲୋମିଟର ସଡ଼କ ପ୍ରକଳ୍ପ ନିର୍ମାଣ ହେବ। ଅଧିକ ପଢନ୍ତୁ

CM Naveen Patnaik
CM Naveen Patnaik

By

Published : Jun 25, 2023, 8:06 AM IST

ମାଲକାନଗିରି: ମାଲକାନଗିରି ଜିଲ୍ଲାର ୨୧ଟି ସଡକ ପ୍ରକଳ୍ପ ପାଇଁ ୧୫୮ କୋଟି ଟଙ୍କା ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୧୭୨.୫୩ କିଲୋମିଟର ଦୀର୍ଘ ସଡ଼କ ପ୍ରକଳ୍ପ ପାଇଁ ଏହି ବ୍ୟୟବରାଦ କରାଯାଇଛି । ଚିତ୍ରକୋଣ୍ଡା, କାଲିମେଳା, କୋରୁକୁଣ୍ଡା ଏବଂ ପୋଡ଼ିଆ ବ୍ଲକଗୁଡିକ ପାଇଁ ଗ୍ରାମୀଣ ଭିତ୍ତିଭୂମି ଏବଂ ସଂଯୋଗ ଲାଗି ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଏହି ପ୍ରକଳ୍ପଗୁଡିକ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା-ଦୁର୍ଗମ ଅଞ୍ଚଳର ଅପହଞ୍ଚ ଗ୍ରାମଗୁଡିକରେ ଯୋଗାଯୋଗ ଅଧୀନରେ କାର୍ଯ୍ୟକାରୀ ହେବ । ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା, ରାଜ୍ୟ ସରକାରଙ୍କ ଦ୍ୱାରା ସମ୍ପୂର୍ଣ୍ଣ ଅନୁଦାନ ପ୍ରାପ୍ତ ଏକ ପଥ ପ୍ରଦର୍ଶକ ପଦକ୍ଷେପ ଓ ମାଓ ପ୍ରଭାବିତ ତଥା ଆହ୍ବାନପୂର୍ଣ୍ଣ ଅଞ୍ଚଳରେ ଗ୍ରାମୀଣ ସଂଯୋଗ ପ୍ରତି ପ୍ରତିବଦ୍ଧତାକୁ ପ୍ରତିଫଳିତ କରିଥାଏ ।

ରାଜ୍ୟରେ ଭିତ୍ତିଭୂମି ବିକାଶ ପ୍ରୟାସରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ଚିହ୍ନିତ କରିଛି । ୫-ଟି ସଚିବ ଭି. କେ ପାଣ୍ଡିଆନଙ୍କ ମାଲକାନଗିରି ଗସ୍ତ ସସୟରେ ଲୋକଙ୍କ ଠାରୁ ମିଳିଥିବା ଅଭିଯୋଗ ଓ ମତାମତକୁ ଆଧାର କରି ଏହି ସଡ଼କ ପ୍ରକଳ୍ପ ଗୁଡିକ ପାଇଁ ପ୍ରସ୍ତାବ ଦିଆଯାଇଥିଲା । ଏହି ପ୍ରକଳ୍ପ ଗୁଡିକର ଗୁରୁତ୍ଵ ବିଷୟରେ ମୁଖ୍ୟମନ୍ତ୍ରୀଙ୍କୁ ୫-ଟି ସଚିବ ସୂଚନା ଦେଇଥିଲେ ଏବଂ ପ୍ରକଳ୍ପଗୁଡିକ ପାଇଁ ଆକଳନ ପ୍ରସ୍ତୁତ କରିବାକୁ ତୁରନ୍ତ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ । ବିଭାଗ ପ୍ରାଥମିକତା ଭିତ୍ତିରେ ପ୍ରକଳ୍ପର ସର୍ବେକ୍ଷଣ ଏବଂ ଆକଳନ କରି ସରକାରୀ ଅନୁମୋଦନ ପାଇଁ ଦାଖଲ କରାଯାଇଥିଲା ।

ତେବେ ଏହି ରାସ୍ତା ନିର୍ମାଣର ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ । ଚିତ୍ରକୋଣ୍ଡାର ମୁଦୁଲିଗୁଡ଼ା ଠାରୁ ଅମାଲିବେଡ଼ା ପର୍ଯ୍ୟନ୍ତ ୩୦ କୋଟି ଟଙ୍କା ବ୍ୟୟରେ ୩୨ କିଲୋମିଟର ସଡ଼କ ନିର୍ମାଣ ହେବ । ସେହିଭଳି ପୋଲ୍ଲୁର୍‌ ଠାରୁ କୁର୍ଷନ୍‌‌ପାଲ୍ଲୀ ପର୍ଯ୍ୟନ୍ତ ୯ କୋଟି ଟଙ୍କା ବ୍ୟୟରେ ୧୧ କିଲୋମିଟରରୁ ଅଧିକ ସଡ଼କ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ନିର୍ମାଣ କରାଯିବ । ଏହି ସଡ଼କ ପ୍ରକଳ୍ପ ନିର୍ମାଣ ହେଲେ ମାଓ ଅଧ୍ୟୁଷିତ ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଲୋକମାନେ ଉପକୃତ ହେବେ ।

ପ୍ରକାଶ ଥାଉକି, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ୧୩ଟି ଶିକ୍ଷାସୌଧ ଓ ୨୮ଟି ଛାତ୍ରାବାସ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ୨୭୬ ଟି ହଷ୍ଟେଲର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ସେହିପରି ସିବିଏସଇ ଦଶମ ଏବଂ ଦ୍ବାଦଶ ପରୀକ୍ଷାରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଇଟିଭି ଭାରତ, ମାଲକାନଗିରି

ABOUT THE AUTHOR

...view details