ଓଡିଶା

odisha

ନିଆରା ବିଦ୍ୟାଳୟ, ଚନ୍ଦ୍ରଯାନରେ ଯାଇ ଚନ୍ଦ୍ରପୃଷ୍ଠରେ ପାଠପଢୁଛନ୍ତି ପିଲା...

By

Published : Jan 3, 2020, 8:38 PM IST

ଯେଉଁଠି ଗାଁକୁ ସାଇକେଲ ଯିବାର ରାସ୍ତା ନାହିଁ ସେଠାକାର ପିଲାଏ ଏବେ ରକେଟରେ ବସି ଚନ୍ଦ୍ରପୃଷ୍ଠରେ ପାଠ ପଢୁଛନ୍ତି। ଏପରି ଦେଖିବାକୁ ମିଳିିଛି ମାଲକାନଗିରି ଜିଲ୍ଲାର ଏକ ପ୍ରାଥମିକ ବିଦ୍ୟାଳୟରେ। ଅଧିକ ପଢନ୍ତୁ...

malkangiri primary school
ନିଆରା ବିଦ୍ୟାଳୟ, ଚନ୍ଦ୍ରଯାନରେ ଯାଇ ଚନ୍ଦ୍ରପୃଷ୍ଠରେ ପାଠପଢୁଛନ୍ତି ପିଲା...

ମାଲକାନଗିରି: କୁନି କୁନି ପିଲା। ପ୍ରାଥମିକ ବିଦ୍ୟାଳୟରେ ପାଠପଢୁଛନ୍ତି। ହେଲେ ଚନ୍ଦ୍ରପୃଷ୍ଠକୁ ଯିବା ଲାଗି ସ୍ବପ୍ନ ଦେଖିଛନ୍ତି। ଆଉ ଏହାକୁ କିଛି ମାତ୍ରାରେ ପୂରଣ କରିଛନ୍ତି ବିଦ୍ୟାଳୟର ଶିକ୍ଷକ । ବିଦ୍ୟାଳୟର କାନ୍ଥରେ ଜିଏସଏଲଭି ମାର୍କ ଥ୍ରୀ ଏମ ୱାନ ରକେଟ ତଥା ଚନ୍ଦ୍ରଯାନ-2 ଓ ଚନ୍ଦ୍ରର ଚିତ୍ର ଆଙ୍କି ସେଥିରେ ବସିବାର ସୁଯୋଗ ସୃଷ୍ଟି କରିଛନ୍ତି। ଏପରି ଦେଖିବାକୁ ମିଳିଛି ମାଲକାନଗିରି ମାଥିଲି ବ୍ଲକ ବି. ପୂଜାରୀଗୁଡା ଗାଁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ। ଏଠାକାର ପିଲା ପ୍ରତିଦିନ ବିଦ୍ୟାଳୟକୁ ଆସି ପ୍ରାର୍ଥନା କରି ଚନ୍ଦ୍ରଯାନ-2 ଭିତରେ ଶ୍ରେଣୀ ଗୃହକୁ ଯାଉଛନ୍ତି। ଆଉ ପାଠ ଶେଷ ପରେ ଶ୍ରେଣୀଗୃହରୁ ଚନ୍ଦ୍ର ପଟେ ବାହାରୁଛନ୍ତି । ଯାହା ସେମାନଙ୍କୁ ଚନ୍ଦ୍ରଯାତ୍ରା କରିବାର ଏକ ଆନନ୍ଦ ଦେଉଛି।

ନିଆରା ବିଦ୍ୟାଳୟ, ଚନ୍ଦ୍ରଯାନରେ ଯାଇ ଚନ୍ଦ୍ରପୃଷ୍ଠରେ ପାଠପଢୁଛନ୍ତି ପିଲା...

ସେପଟେ ଉପାନ୍ତ ଇଲାକାରେ ଏପରି କରି ପିଲାଙ୍କ ସ୍ବପ୍ନକୁ କିଛି ପରିମାଣରେ ସାକାର କରିଛନ୍ତି ପ୍ରଧାନଶିକ୍ଷକ। ଏହାସହ ପିଲାଙ୍କ ମନରେ ବିଜ୍ଞାନ ପ୍ରତି ଆହୁରି ଅଧିକ ଆଗ୍ରହ ସୃଷ୍ଟି କରିଛନ୍ତି ସେ । ଅନ୍ୟପଟେ ଏହି ଚିତ୍ର ହେବାପରେ ବିଦ୍ୟାଳୟକୁ ଆସୁନଥିବା ପିଲା ମଧ୍ୟ ଚନ୍ଦ୍ରଯାନରେ ବସିବା ଲାଗି ନିୟମିତ ବିଦ୍ୟାଳୟକୁ ଆସୁଛନ୍ତି। ତା’ ଛଡା କିଛି ଅଭିଭାବକ ମଧ୍ୟ ଏହାକୁ ଦେଖିବାକୁ ଆସୁଥିବା ଜଣାପଡିଛି।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

ABOUT THE AUTHOR

...view details