ଓଡିଶା

odisha

By

Published : Nov 19, 2019, 8:56 PM IST

ETV Bharat / state

ପୁଣି ମାଲକାନଗିରିରେ ଅଜଣା ରୋଗ ଆତଙ୍କ, 19 ଶିଶୁ ଆକ୍ରାନ୍ତ

ଅଜଣା ରୋଗରେ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ କାଟନପାଲ୍ଲି ଗ୍ରାମର ଅନେକ ଶିଶୁ । ଅଧିକ ପଢ଼ନ୍ତୁ...

ପୁଣ ଅଜଣା ରୋଗରେ ଶିଶୁ ଆକ୍ରାନ୍ତ

ମାଲକାନଗିରି: ପୁଣି ଜିଲ୍ଲାରେ ଦେଖିବାକୁ ମିଳିଛି ଅଜଣା ରୋଗ ଆତଙ୍କ । କାଲିମେଳା ବ୍ଲକ ଅନ୍ତର୍ଗତ କାଟନପାଲ୍ଲି ଗ୍ରାମର ଅନେକ ଶିଶୁ ଏବେ ଅଜଣା ରୋଗରେ ଆକ୍ରାନ୍ତ ହୋଇ ରହିଛନ୍ତି । ସେମାନଙ୍କ ମଧ୍ୟରୁ 19 ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ 108 ଆମ୍ବୁଲାନ୍ସ ଯୋଗେ ଏମ.ଭି.79 ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଛି ।

ପୁଣ ଅଜଣା ରୋଗରେ ଶିଶୁ ଆକ୍ରାନ୍ତ

ଅଜଣା ରୋଗରେ ଆକ୍ରାନ୍ତ ହୋଇଥିବା ସମସ୍ତ ଶିଶୁଙ୍କ ବୟସ 1 ରୁ 3 ବର୍ଷ ମଧ୍ୟରେ ବୋଲି ଜଣାପଡିଛି । ଆକ୍ରାନ୍ତ ଶିଶୁ ମାନେ ଥଣ୍ଡା କାଶ ଓ ଚର୍ମ ରୋଗରେ ପୀଡିତ ରହିଥିବା ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କହିଛନ୍ତି । ଆକ୍ରାନ୍ତ ମାନଙ୍କୁ ଏମ.ଭି.79 ମେଡିକାଲରୁ କାଲିମେଳା ଗୋଷ୍ଠୀ ସ୍ବାସ୍ଥ୍ୟକୁ ସ୍ଥାନାନ୍ତର କରିବା ଲାଗି ସିଡିଏମଓ ନିର୍ଦ୍ଦେଶ ଦେଇଛନ୍ତି ।

କିଛି ଦିନ ତଳେ ତାମନପାଲ୍ଲି ଗାଁରେ ଏପରି ଅଜଣା ରୋଗ ଦେଖା ଦେଇଥିବାବେଳେ 6 ଜଣ ଶିଶୁଙ୍କ ଜୀବନ ଚାଲି ଯାଇଥିଲା । ଆଉ ଏବେ ପୁଣି କାଟନପାଲ୍ଲି ଗାଁରେ ମଧ୍ୟ ଦେଖା ଦେଇଛି ଅଜଣା ରୋଗର ଆତଙ୍କ । ତେବେ ସଚେତନତା ଅଭାବରୁ ଆଦିବାସୀ ଗାଁରେ ଏପରି ରୋଗ ବ୍ୟାପୁଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କହିଛନ୍ତି ।

ମାଲକାନଗିରିରି ଜୟନ୍ତ ତିଆଡି, ଇଟିଭି ଭାରତ

ABOUT THE AUTHOR

...view details