ମାଲକାନଗିରି: ଗୋବିନ୍ଦପାଲ୍ଲୀ ଶିଶୁ ବିକ୍ରି ଘଟଣା । ବିକ୍ରି ଶିଶୁକୁ ଉଦ୍ଧାର କରି ଶିଶୁ ସୁରକ୍ଷା ବିଭାଗ ମା’ଙ୍କୁ କଲା ହସ୍ତାନ୍ତର । ଗତ କିଛି ଦିନ ତଳେ ଦାରିଦ୍ର୍ୟର ତାଡନାରେ ନିଜ ଜନ୍ମ କଲା ପୁଅକୁ ବିକ୍ରି କରିଥିବା ନିଜେ ପଶ୍ଚାତାପ କରି ଆତ୍ମହାତ୍ୟା କରିଥିଲେ ବାପା । ଏହା ଘଟାଣା ସାରା ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା ।
ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଖଇରପୁଟ ବ୍ଲକର ଗୋବିନ୍ଦପାଲ୍ଲୀ ନିକଟସ୍ଥ ସପ୍ତଧାରା ଗ୍ରାମରେ ଗତ କିଛି ଦିନ ତଳେ ଦାରିଦ୍ର୍ୟର ତାଡନାରେ ସେମାନାଥ ମୂଲ ନାମକ ବ୍ୟକ୍ତି ଆତ୍ମହତ୍ୟା କରିଥିଲେ । ସେ ନିଜର ପରିବାରର ପ୍ରତିପୋଷଣ ପାଇଁ ନିଜର ଚାରି ମାସର ଶିଶୁକୁ ବିକ୍ରି କରିଦେଇଥିଲା । ତେବେ ଏହି ଘଟଣା ସାରା ଜିଲ୍ଲା ଏବଂ ରାଜ୍ୟକୁ ଚର୍ଚ୍ଚାର ପରିସରକୁ ଆଣିଥିଲା । ଏହା ପରେ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଏବଂ ଚାଇଲ୍ଡ ଲାଇନ ତତ୍ପରତା ଦେଖାଇ ବିକ୍ରି ହୋଇଥିବା ଶିଶୁକୁ ଖୋଜିବା ସହ ପତ୍ନୀ କୁନି ଖିଲ ଓ ଝିଅକୁ ବୃଦ୍ଧାଶ୍ରମରେ ରଖିଥିଲା । ଅନ୍ୟ ତିନି ଜଣ ସନ୍ତାନକୁ କୁନି ଖୀଲ ପୋଷିପାରିବ ନାହିଁ ବୋଲି ମନା କରିବା ପରେ ପ୍ରଶାସନ ତାକୁ ଶିଶୁ ଗୃହରେ ରଖୁଛି । ତେବେ ବିକ୍ରି ହୋଇଥିବା ଶିଶୁକୁ କୁଡୁମୁଲୁଗୁମ୍ମାର ହାଟପଦା ସାହିରେ ବାସ କରୁଥିବା ବନମାଳି ଖିଲଙ୍କ ଘରୁ ଉଦ୍ଧାର କରାଯାଇଥିଲା । ସେଠାରୁ ଶିଶୁକୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।