ମାଲକାନଗିରି:ରାଜ୍ୟ ବାହାରକୁ ଦାଦନ ଚାଲାଣ ଦିନକୁ ଦିନ ବଢିବାର ଲାଗିଛି । ମାଲକାନଗିରିରୁ ଆନ୍ଧ୍ରପ୍ରଦେଶକୁ ଦାଦନ ଖଟିବାକୁ ଯାଉଥିବା କିଛି ନାବାଳିକାଙ୍କୁ ଉଦ୍ଧାର କରିଛି ଚାଇଲ୍ଡ ଲାଇନ । ଘଟଣାସ୍ଥଳରୁ ଚମ୍ପଟ ମାରିଛି ଦଲାଲ ।
ସୂଚନା ଅନୁସାର, ଆନ୍ଧ୍ରକୁ ଶୁକ୍ରବାର ୭ଜଣ ନାବାଳିକା ଚାଲାଣ ନେଇ ବିଶେଷ ସୂତ୍ରରୁ ଖବର ପାଇଥିଲା ମାଲକାନଗିରି ଚାଇଲ୍ଡ ଲାଇନ । ପରେ ଘଟଣାସ୍ଥଳରେ ପହଞ୍ଚିଥିଲା ଚାଇଲ୍ଡ ଲାଇନର ଏକ ଟିମ୍ । ନାବାଳିକାଙ୍କୁ ଉଦ୍ଧାର କରାଯାଇ ଜିଲ୍ଲା ଶିଶୁ ସୁରକ୍ଷା ସମିତି ଅଧ୍ୟକ୍ଷଙ୍କ ପାଖରେ ହାଜର କରାଯାଇଥିଲା । ଘଟଣାର ତଦନ୍ତ ପାଇଁ ନାବାଳିକା ମାନେ ଗୋଟିଏ ଦିନ ସ୍ବଧାର ଗୃହରେ ରହିଥିଲେ ।