ମାଲକାନଗିରି: ଜିଲ୍ଲାରେ ଥିବା ସାତ ମହଲା ବିଶିଷ୍ଟ ଜିଲ୍ଲା ସଦର ଚିକିତ୍ସାଳୟର ସ୍ବାସ୍ଥ୍ୟ ସେବା ଅନୁଧ୍ୟାନ କରିବା ଲାଗି ବୁଧବାର ମାଲକାନଗିରି ଗସ୍ତ କରିଛନ୍ତି ତିନି ଜଣିଆ କେନ୍ଦ୍ରୀୟ ଟିମ ।
କେନ୍ଦ୍ରୀୟ ଟିମ୍ ଜିଲ୍ଲା ସଦର ଚିକିତ୍ସାଳୟରେ ଭର୍ତ୍ତି ଥିବା ରୋଗୀଙ୍କ ସହ କଥା ହୋଇ ସେଠାକାର ସ୍ବାସ୍ଥ୍ୟ ସେବା ସମ୍ପର୍କରେ ପଚାରି ବୁଝିଥିଲେ। ଏହାସହ ଲୋକଙ୍କୁ ଦିଆଯାଉଥିବା ଔଷଧର ମାନ ମଧ୍ୟ ପରୀକ୍ଷା କରିବା ସହ ଲେବୋରେଟାରି, ଓଟି ଓ ଅପରେସନ ରୁମ୍ ସହ ସମଗ୍ର ମେଡିକାଲ ପରିଦର୍ଶନ କରିଥିଲେ ଏହି ତିନି ଜଣିଆ ଟିମ୍।