ଓଡିଶା

odisha

By

Published : Feb 12, 2021, 11:45 AM IST

ETV Bharat / state

ମାଲକାନଗିରିରେ କାର ଦୁର୍ଘଟଣାଗ୍ରସ୍ତ, ଡ୍ରାଇଭର ମୃତ

ମାଲକାନଗିରି ଜିଲ୍ଲାରେ ଏକ କାର ଦୁର୍ଘଟଣାଗ୍ରସ୍ତ ହୋଇ ଡ୍ରାଇଭରର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ଅଧିକ ପଢନ୍ତୁ...

Car accident in Malkangiri, Driver dead
ମାଲକାନଗିରିରେ କାର ଦୁର୍ଘଟଣାଗ୍ରସ୍ତ, ଡ୍ରାଇଭର ମୃତ

ମାଲକାନଗିରି: ଜିଲ୍ଲାର ମାଥିଲି ଥାନା ଅନ୍ତର୍ଗତ ଝୁଲନିବାହାଲଠାରେ ଏକ କାର ଦ୍ରୁତ ଗତିରେ ଆସୁଥିବା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ କାର ଡ୍ରାଇଭର ମୃ୍ତ୍ୟୁ ଘଟିଥିବା ସୂଚନା ମିଳିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛି ।

ମାଲକାନଗିରିରେ କାର ଦୁର୍ଘଟଣାଗ୍ରସ୍ତ, ଡ୍ରାଇଭର ମୃତ

କାରଟି ଜୟପୁରରୁ ମାଲକାନିଗିକୁ ଫେରିବା ବେଳେ ଡ୍ରାଇଭରର ଆଖି ପୋଡିବାରୁ ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ଡ୍ରାଇଭରର ମୃ୍ତ୍ୟୁ ଘଟିଥିବା ବେଳେ ଡ୍ରାଇଭର ଜଣକ ମାଲକାନଗିରି ସହରର ଦୀପକ ବୋଲି ଜଣାପଡିଛି । ଦୁର୍ଘଟଣା ସମ୍ପର୍କରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ରକୁ ଭର୍ତ୍ତି କରିଛି ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ABOUT THE AUTHOR

...view details