ମାଲକାନଗିରି:ପୌର ପରିଷଦ ନିର୍ବାଚନରେ ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନରେ ୩ ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ଉଭୟ କାଉନସିଲର ଓ ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନ ଭରିଛନ୍ତି ପ୍ରାର୍ଥୀ । ରାଜନୈତିକ ଦଳର ପ୍ରାର୍ଥୀମାନେ ନିଜ ନିଜର ସମର୍ଥକଙ୍କ ସହ ବିରାଟ ଶୋଭାଯାତ୍ରାରେ ବାହାରି ନିର୍ବାଚନ ଅଧିକାରୀଙ୍କ ନିକଟରେ ପହଞ୍ଚିଥିଲେ । ସେଠାରେ ନାମାଙ୍କନ ଦାଖଲ କରିଥିଲେ ସମସ୍ତ ପ୍ରାର୍ଥୀ ।
ବିଜେଡ ପକ୍ଷରୁ ମାଲକାନଗିରି ପୌର ପରିଷଦ ଅଧ୍ୟକ୍ଷ ପ୍ରାର୍ଥୀ ଭାବେ ମନୋଜ କୁମାର ବାରିକ ନାମାଙ୍କନ ଦାଖଲ କରିଛନ୍ତି । ନାମାଙ୍କନ ଦାଖଲ ବେଳେ ସେ ଏକ ବିରାଟ ଶୋଭାଯାତ୍ରାରେ ବାହାର କରିଥିଲେ । ଜିଲ୍ଲା କଂଗ୍ରେସ ଦଳର ସଭାପତି ଗୋବିନ୍ଦ ପାତ୍ର ଏବଂ ପୌର ପରିଷଦ ଅଧ୍ୟକ୍ଷ ପ୍ରାର୍ଥୀ ଜି. ଶ୍ରୀନିବାସ ରାଓ ମଧ୍ୟ ଏକ ହଜାରରୁ ଅଧିକ ସମର୍ଥକ ଓ ୧୯ଟି ୱାର୍ଡର କାଉନସିଲର ପ୍ରାର୍ଥୀଙ୍କୁ ନେଇ ପ୍ରାର୍ଥୀପତ୍ର ଦାଖଲ କରିବାକୁ ପହଞ୍ଚିଥିଲେ । ବିଜେପି ପକ୍ଷରୁ ମାଲକାନଗିରି ପୌର ପରିଷଦ ଅଧ୍ୟକ୍ଷ ପ୍ରାର୍ଥୀ ଭାବେ ଶ୍ୟାମଲ ସୁନାନି ନାମାଙ୍କନ ଦାଖଲ କରିଛନ୍ତି ।