ଓଡିଶା

odisha

ETV Bharat / state

କଥା ରଖିଲେ ୫ଟି ସଚିବ, ସ୍ବାଭିମାନ ଅଞ୍ଚଳର ପଣସପୁଟକୁ ଗଡିଲା ବସ - ଚିତ୍ରକୁଣ୍ଡା ବ୍ଲକର ସ୍ବାଭିମାନ ଅଞ୍ଚଳ

ସ୍ବାଭିମାନ ଅଞ୍ଚଳର ପଣସପୁଟକୁ ପ୍ରଥମ ଥର ପାଇଁ ଗଡିଲା ସରକାରୀ ବସ୍ । ସ୍ବାଭିମାନ ଅଞ୍ଚଳ ଆଦିବାସୀ ଆଉ କରିବାକୁ ପଡିବନି ଜଳ ଯାତ୍ରା । ଅଧିକ ପଢ଼ନ୍ତୁ

ସ୍ବାଭିମାନ ଅଞ୍ଚଳର ପଣସପୁଟ୍କୁ ଗଡିଲା ବସ
ସ୍ବାଭିମାନ ଅଞ୍ଚଳର ପଣସପୁଟ୍କୁ ଗଡିଲା ବସ

By

Published : Apr 7, 2023, 10:58 AM IST

Updated : Apr 7, 2023, 11:18 AM IST

ସ୍ବାଭିମାନ ଅଞ୍ଚଳର ପଣସପୁଟକୁ ଗଡିଲା ବସ

ମାଲକାନଗିରି: ସ୍ବାଭିମାନ ଅଞ୍ଚଳର ପଣସପୁଟକୁ ପ୍ରଥମ ଥର ପାଇଁ ଗଡିଲା ସରକାରୀ ବସ୍ । ବସରେ ବସି ସିଧାସଳଖ ଜିଲ୍ଲାର ବିଭିନ୍ନ ସ୍ଥାନକୁ ଯାତ୍ରା କରିବେ ଅଞ୍ଚଳବାସୀ । ଚିତ୍ରକୁଣ୍ଡା ବ୍ଲକର ସ୍ବାଭିମାନ ଅଞ୍ଚଳକୁ ୫ଟି ସଚିବ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିବାକୁ ଆସିଥିଲେ । ସ୍ବାଭିମାନ ଅଞ୍ଚଳଙ୍କ ଜଳ ଯାତ୍ରାଜନିତ ସମସ୍ୟାକୁ ଦେଖିବା ପରେ ଅଞ୍ଚଳବାସୀଙ୍କୁ ୧୫ ଦିନ ମଧ୍ୟରେ ସରକାରୀ ବସ୍ ଚଳାଚଳ କରିବା ନେଇ ପ୍ରତିଶ୍ରୁତି ଦେଇଥିଲେ ୫ଟି ସଚିବ ।

୫ଟି ସଚିବ କଥା ମୁତାବକ ସପ୍ତାହ ମଧ୍ୟରେ ସ୍ବାଭିମାନ ଅଞ୍ଚଳରୁ ପଣସପୁଟକୁ ଗଡିଲା ସରକାରୀ ବସ୍ । ଏହି ବସକୁ ଗତକାଲି(ଗୁରୁବାର) ବାଲିମେଳା ଚିତ୍ରକୁଣ୍ଡା ଛକଠାରେ ଉଦଘାଟନ କରିଛନ୍ତି ନବରଙ୍ଗପୁର ସାଂସଦ ରମେଶଚନ୍ଦ୍ର ମାଝୀ । ତେବେ ଏହି କାର୍ଯ୍ୟକ୍ରମରେ ତାଙ୍କ ସହ ଚିତ୍ରକୁଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା, ଜିଲ୍ଲାପରିଷଦ ଅଧକ୍ଷକ ସମାରି ତାଙ୍ଗୁଲୁ, ଚିତ୍ରକୋଣ୍ଡା ବ୍ଲକ ଅଧ୍ୟକ୍ଷ ରାଜଶ୍ବରୀ ଖିଲ ପ୍ରମୁଖ ଉପସ୍ଥିତ ଥିଲେ ।

ଏହି ବସରେ ବସି ସମସ୍ତ ରାଜନେତା କିଛି ଦୂର ଯାଏଁ ଆଗକୁ ଯାଇଥିଲେ । ୫ଟି ସଚବ ନିଜ କଥା ରଖିଥିବାରୁ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଓ ସ୍ବାଭିମାନ ଅଞ୍ଚଳବାସୀ ଖୁସି ସାବ୍ୟସ୍ତ କରି ୫ଟି ସଚିବ ଓ ଓଡିଶାର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ତାହା ସହ ସ୍ବାଭିମାନ ଅଞ୍ଚଳବାସୀ ମୁଖ୍ୟମନ୍ତ୍ରୀ ଓ ୫ଟି ସଚିବଙ୍କୁ ଭୂରି ଭୂରି ପ୍ରଶଂସା କରିବା ସହ ଧନ୍ୟବାଦ ଅର୍ପଣ କରିଛନ୍ତି । ନବରଙ୍ଗପୁର ସାଂସଦ ରମେଶଚନ୍ଦ୍ର ମାଝୀ କହିଛନ୍ତି, ‘‘ସ୍ବାଭିମାନ ଅଞ୍ଚଳର ଭିତ୍ତିଭୂମିର ଉନ୍ନତି ହେବା ସହ ଏହି ବସ୍ ସେବା ଆରମ୍ଭ ହେବା ଦ୍ବାରା ସ୍ବାଭିମାନ ଅଞ୍ଚଳର ଲୋକମାନଙ୍କ ଯାତାୟତ ସୁଗମ ହେବ ।’’

ଉଲ୍ଲେଖ ଥାଉ ଏହି ଅଞ୍ଚଳବାସୀ ସ୍ବାସ୍ଥ୍ୟ ସମସ୍ୟା ହେଉ କି ଯେକୌଣସି ସାଧାରଣ ସମସ୍ୟା ପାଇଁ ମଟର ଲଞ୍ଚ ଦ୍ବାରା ପାଣିରେ ୬୦ କିଲେମିଟର ଯାତ୍ରା କରିଥାନ୍ତି । ଯାହାଦ୍ବାରା ଏଠିକାର ଲୋକମାନଙ୍କୁ ଗୋଟିଏ ଦିନ ଲାଗିଯାଏ ଯାତାୟାତ ପାଇଁ । ଯାହା ଏବେ ଏହି ବସ୍ ସେବା ଆରମ୍ଭ ହବା ଦ୍ବାରା ସହଜ ହୋଇପାରିଛି । ପଣସପୁଟ ଠାରୁ ମାଲକାନଗିରି ଜିଲ୍ଲା ସଦର ମହକୁମାକୁ ଆସି ନିଜର କାମକରି ଖୁସିରେ ଗୋଟିଏ ଦିନରେ ଫେରିପାରିବ । ଏହି ବସ୍ ସକାଳ ୭ଟାରୁ ମାଲକାନଗିରି ଠାରୁ ବାହାରି ବାଲିମେଳା, ଚିତ୍ରକୁଣ୍ଡା, ଗୁରୁପ୍ରିଆ ସେତୁ ଦେଇ ହନ୍ତାଳ ଗୁଡା, ଜୋଡାଆମ୍ବ ଦେଇ ପଣସପୁଟ୍ ପହଞ୍ଚିବ । ସେହିଭଳି ଅନ୍ୟ ଏକବସ୍ ପଣସପୁଟ ଠାରୁ ବାହାରି ମାଲକାନଗିରି ପହଞ୍ଚିବ ।

ଇଟିଭି ଭାରତ, ମାଲକାନଗିରି

Last Updated : Apr 7, 2023, 11:18 AM IST

ABOUT THE AUTHOR

...view details