ଓଡିଶା

odisha

By

Published : Jul 23, 2022, 10:03 PM IST

ETV Bharat / state

ଘାଟିରେ ଓଲଟିଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଛେଳି ଗୁଡ଼ିକୁ ବଞ୍ଚାଇବାକୁ ଯାଇ ଭାରସାମ୍ୟ ହରାଇ ବସିଲେ ଚାଳକ ଜଣକ ଭାରସାମ୍ୟ । ଫଳରେ ଦୂର ସ୍ଥାନକୁ ଯାତ୍ରା କରୁଥିବା ବସଟି ଏକ ଘାଟି ଭିତରକୁ ଓଲଟି ପଡ଼ିଥିଲା । କିନ୍ତୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ବସଯାତ୍ରୀ । ଅଧିକ ପଢ଼ନ୍ତୁ

ମାଲକାନଗିରିରେ ବସ୍  ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
ମାଲକାନଗିରିରେ ବସ୍ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ମାଲକାନଗିରି :ଜୟପୁରରୁ ମାଲକାନଗିରି ଅଭିମୁଖେ ଯାତ୍ରା କରୁଥିବା ସରକାରୀ ଅଲ୍ଟ୍ରା ବସ କୁଡୁମୁଲୁଗୁମ୍ମା ନିକଟସ୍ଥ ସୁନାନଗର ଘାଟିରେ ଦୁର୍ଘଟଣାଗ୍ରସ୍ତ ହୋଇଯାଇଛି । ପ୍ରତେକ୍ଷଦର୍ଶୀଙ୍କ କହିବାନୁଯାୟୀ ବସଟି ଦୃତ ଗତିରେ ବାଲିମେଳା ଆଡ଼କୁ ଯାଉଥିବା ବେଳେ ସୁନାନଗର ଘାଟି ଠାରେ ହଠାତ୍ ଏକ ଛେଳି ପଲ ରାସ୍ତା ଉପରକୁ ଚାଲି ଆସିଥିଲେ ।

ମାଲକାନଗିରିରେ ବସ୍ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ହେଲେ ଡ୍ରାଇଭର ଜଣକ ଛେଳି ଗୁଡିକୁ ବଞ୍ଚାଇବାକୁ ଯାଇ ଜୋରରେ ବ୍ରେକ ଦେଇଥିଲେ । ଫଳରେ ଗାଡ଼ିଟି ଭାରସାମ୍ୟ ହରାଇ ଗୋଟିଏ ପଟକୁ ଓଲଟି ଯାଇଥିଲା । ଖବରପାଇ କୁଡୁମୁଲୁଗୁମ୍ମା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗାଡ଼ିରେ ଯାଉଥିବା ସମସ୍ତ ଯାତ୍ରୀଙ୍କୁ ତୁରନ୍ତ ଚିକିତ୍ସା ନିମନ୍ତେ ନିକଟସ୍ଥ କୁଡୁମୁଲୁଗୁମ୍ମା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇବାର ବ୍ୟବସ୍ଥା କରାଥିଲେ ।

ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ପାଖାପାଖି ୧୦ ଜଣ ଯାତ୍ରୀ ଚିକିତ୍ସିତ ହୋଇଥିବା ବେଳେ କାହାରିକୁ ଗଭୀର ଆଘାତ ଲାଗିନଥିବା କଥା ସ୍ୱାସ୍ଥ୍ୟ ଅଧିକାରୀ ସୂଚନା ଦେଇଛନ୍ତି । ସମସ୍ତ ୧୦ଜଣ ଯାତ୍ରୀଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡ଼ି ଦିଆଯାଇଛି ।

ଇଟିଭି ଭାରତ, ମାଲକାନଗିରି

ABOUT THE AUTHOR

...view details