ଓଡିଶା

odisha

By

Published : May 21, 2023, 10:45 PM IST

ETV Bharat / state

ତେଜିଲା ଜିଲ୍ଲାସ୍ତରୀୟ ମିଳିତ ଅମଲା ମଞ୍ଚ ଆନ୍ଦୋଳନ, କାଲିଠୁ କଳାବ୍ୟାଚ ପିନ୍ଧିବେ କିରାଣୀ

ତେଜିବାରେ ଲାଗିଛି ଜିଲ୍ଲାସ୍ତରୀୟ ମିଳିତ ଅମଲା ମଞ୍ଚ ଆନ୍ଦୋଳନ । ଦାବି ପୂରଣ ହେଉନଥିବାରୁ କାଲିଠୁ କଳାବ୍ୟାଚ ପିନ୍ଧି କରିବେ ପ୍ରତିବାଦ । ଅଧିକ ପଢନ୍ତୁ

Etv Bharat
Etv Bharat

କାଲିଠୁ କଳାବ୍ୟାଚ ପିନ୍ଧିବେ କିରାଣୀ

ମାଲକାନଗିରି: ଜିଲ୍ଲାସ୍ତରୀୟ ମିଳିତ ଅମଲା ମଞ୍ଚର ଆନ୍ଦୋଳନ ଧୀରେଧୀରେ ତେଜିବାକୁ ଲାଗିଛି । ୨୨ତାରିଖରୁ ସମସ୍ତ ଅମଲାମାନେ କଳାବ୍ୟାଜ ଧାରଣ କରିବେ । ଦାବି ପୂରଣ ନହେଲେ ଆସନ୍ତା ୧ ତାରିଖରୁ ସମୂହ ଛୁଟିରେ ଯିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଆଜି ଜିଲ୍ଲା ପରିଷଦ ସଭାଗୃହରେ ଜିଲ୍ଲାସ୍ତରୀୟ ମିଳିତ ଅମଲା ମଞ୍ଚର ସଭାପତି ଲକ୍ଷ୍ମୀନାରାୟଣ ସେଠୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାସ୍ତରୀୟ ମିଳିତ ଅମଲା ମଞ୍ଚର ଆବାହକ ଶ୍ୟାମସୁନ୍ଦର ନାୟକ ଏ ନେଇ ସୂଚନା ଦେଇଛନ୍ତି ।

ଭାରତ ସ୍ବାଧୀନତା ପରଠାରୁ ଅମଲା ଜାତି ଅବହେଳିତ ଓ ନିଶ୍ଚେତିତ ବୋଲି ସେମାନେ ଅଭିଯୋଗ କରିଛନ୍ତି । ଏଯାବତ ଏହି ବର୍ଗର କର୍ମଚାରୀମାନଙ୍କ ବେତନରେ କୌଣସି ପ୍ରକାରର ଅଭିବୃଦ୍ଧି କରାଯାଇନାହିଁ । ଏଥିପାଇଁ ସମଭାବାପନ୍ନ ଜିଲ୍ଲାସ୍ତରୀୟ ଅମଲା ସଂଗଠନମାନେ ଏକଜୁଟ୍ ହୋଇ ଗତ ଏପ୍ରିଲ 9 ତାରିଖଠାରୁ ନିଷ୍ପତ୍ତି ନେବା ପରେ ୨୧ ତାରିଖରେ ଜିଲ୍ଲାସ୍ତରୀୟ ମିଳିତ ଅମଲା ମଞ୍ଚ ଜିଲ୍ଲାପାଳଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରିଥିଲା । ୩୦ ତାରିଖ ସୁଦ୍ଧା ସରକାର ଅଲୋଚନାକୁ ନ ଡାକିବାରୁ ମେ 1 ତାରିଖରେ ରାଜ୍ୟ ମିଳିତ ଅମଲା ମଞ୍ଚର ନେତୃମଣ୍ଡଳୀଙ୍କ ଦ୍ବାରା ଓଡ଼ିଶାର ମୁଖ୍ୟ ଶାସନ ସଚିବଙ୍କୁ ଏକ ପତ୍ର ପ୍ରଦାନ କରାଯାଇଥିଲା ।

ଏହା ବି ପଢନ୍ତୁ- ବିପଦ ସଙ୍କୁଳ ଅବସ୍ଥାରେ ଚାଲିଛି ନୌକା ଯାତ୍ରା, ସାବେରୀ ନଦୀ ଉପରେ ବ୍ରିଜ କେବେ ?

ଏଥିରେ ଚେତାବନୀ ଦିଆଯାଇଥିଲା ଯେ, ଚଳିତ ମାସ ୨୧ ତାରିଖ ସୁଦ୍ଧା ଜିଲ୍ଲାସ୍ତରୀୟ ଅମଲାମାନଙ୍କର ଏକ ମାତ୍ର ଦାବି "ସ୍ନାତକ ଶିକ୍ଷାଗତ ଯୋଗ୍ୟତା ଭିତ୍ତିରେ ଜିଲ୍ଲାସ୍ତରୀୟ କନିଷ୍ଠ ଅମଲାମାନଙ୍କର ମୂଳ ଦରମା ୯୩୦୦ ଟଙ୍କା ସହିତ ଗ୍ରେଡ୍‌ ପେ' ୪୨୦୦ ଟଙ୍କା ଓ ଲେଭେଲ୍ - ୯" ଅନୁଯାୟୀ ଦରମା ନିର୍ଦ୍ଧାରଣ ସମ୍ପର୍କରେ ଯଦି କୌଣସି ସକରାତ୍ମକ ପଦକ୍ଷେପ ଗ୍ରହଣ ନକରନ୍ତି ତାହାଲେ ଜିଲ୍ଲାସ୍ତରୀୟ ଅମଲାମାନେ ଆନ୍ଦୋଳନରେ ସାମିଲ ହୋଇ ନିଜର ନ୍ୟାର୍ଯ୍ୟ ଦାବି ହାସଲ ଲାଗି ୨୨ ତାରିଖଠାରୁ ୩୧ ତାରିଖ ପର୍ଯ୍ୟନ୍ତ କଳା ବ୍ୟାଜ୍ ପରିଧାନ କରିବେ । ଏଥରେ କୌଣସି ସୁଫଳ ନମିଳିଲେ ଜୁନ 1 ତାରିଖଠାରୁ ଦାବି ହାସଲ ନହେବାଯାଏଁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସମୂହ ଛୁଟିରେ ରହିବେ ।

ତେବେ ସରକାର ଅମଲାମାନଙ୍କର ଦାବି ପ୍ରତି କୌଣସି ସକରାତ୍ମକ ପଦକ୍ଷେପ ଗ୍ରହଣ କରିନଥିବାରୁ ରାଜ୍ୟ ମିଳିତ ଅମଲା ମଞ୍ଚର ନିଷ୍ପତ୍ତିକୁ ସମ୍ମାନ ଜଣାଇ ମାଲକାନଗିରି ଜିଲ୍ଲାସ୍ତରୀୟ ମିଳିତ ଅମଲା ମଞ୍ଚର ସମସ୍ତ ସଦସ୍ୟମାନେ ଆସନ୍ତାକାଲିଠାରୁ ୩୧ ତାରିଖ ପର୍ଯ୍ୟନ୍ତ କଳା ବ୍ୟାଜ୍‌ ପରିଧାନ କରିବେ । ଜିଲ୍ଲାସ୍ତରୀୟ ମିଳିତ ଅମଲା ମଞ୍ଚର ଆବାହକ ଶ୍ୟାମ ସୁନ୍ଦର ନାୟକଙ୍କ ଆହ୍ବାନ କ୍ରମେ ଓ ଲକ୍ଷ୍ମୀ ନାରାୟଣ ସେଠୀ, ମିଳିତ ଅମଲା ମଞ୍ଚର ଅଧ୍ୟକ୍ଷଙ୍କ ସଭାପତିତ୍ବରେ ଆୟୋଜିତ ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଞ୍ଚର ସାଧାରଣ ପରିଷଦ ବୈଠକରେ ଉପସ୍ଥିତ ଅମଲାମାନଙ୍କ ମଧ୍ୟରେ ବିଭିନ୍ନ କାର୍ଯ୍ୟ ଭାର ହସ୍ତାନ୍ତର କରାଯାଇଛି ।

ଇଟିଭି ଭାରତ, ମାଲକାନଗିରି

ABOUT THE AUTHOR

...view details