ମାଲକାନଗିରି:ସୀମା ସୁରକ୍ଷା ବଳର 88 ବାଟାଲିୟନ (88 Battalion of the Border Security Force-BSF) ତରଫରୁ ଏକ ସିଭିକ୍ ଆକ୍ସନ ପ୍ରୋଗ୍ରାମ (Civic Action Programme ) ଆୟୋଜିତ ହୋଇଯାଇଛି । ଏହା ମଙ୍ଗଳବାର ଦିନ ମାଲକାନଗିରି ଜିଲ୍ଲାର କୋରୁକୁଣ୍ଡା ବ୍ଲକ ଅନ୍ତର୍ଗତ ନାକାମୁଡି ପଞ୍ଚାୟତ ଅନ୍ତର୍ଗତ ଗାର୍ଡେନପାଦର ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି । ବିଏସଏଫ ପକ୍ଷରୁ ଜାରି ଏକ ପ୍ରେସ ବିଜ୍ଞପ୍ତି ଅନୁଯାୟୀ ଏହି କାର୍ଯ୍ୟକ୍ରମରେ ପ୍ରାୟ 300 ଗ୍ରାମବାସୀଙ୍କୁ ପୋଷାକ, ଷ୍ଟେସନାରୀ, ଘର, କ୍ରୀଡା ସାମଗ୍ରୀ ଏବଂ ଜୀବନ ରକ୍ଷାକାରୀ ଔଷଧ ଆଦି ବଣ୍ଟନ କରାଯାଇଥିଲା ।
ତେବେ ଏହି କାର୍ଯ୍ୟକ୍ରମରେ ମାଲକାନଗିରି ସେକ୍ଟର ଡିଆଇଜି ଏସ କେ ସିହ୍ନା, କମାଣ୍ଡେଣ୍ଟ 88 ବାଟାଲିୟନ ର ବିନୋଦ ସରିନ୍ ଏବଂ ଡିସି ମାଲକାନଗିରି ସୁଭଜନନ୍ ମହାପାତ୍ର ଉପସ୍ଥିତ ଥିଲେ। ଅନ୍ୟପଟେ ଏହି ଅବସରରେ ଡିଆଇଜି ଏସ.କେ ସିହ୍ନା କହିଛନ୍ତି ଏଭଳି କଲ୍ୟାଣକାରି କାର୍ଯ୍ୟକ୍ରମ ନାଗରିକଙ୍କ ମଧ୍ୟରେ ସୁରକ୍ଷା ଭାବନାକୁ ବଞ୍ଚାଇଥାଏ। ଭବିଷ୍ୟତରେ ଏହିପରି ଅଧିକ କାର୍ଯ୍ୟକ୍ରମ ଆୟୋଜିତ ହେବ ବୋଲି ଡିଆଇଜି କହିଛନ୍ତି। ସେନା ଯୁବକମାନଙ୍କୁ ସେମାନଙ୍କର ଶିକ୍ଷା ସମାପ୍ତ କରିବାକୁ ଉତ୍ସାହିତ କରିବା ସହ ସୁସ୍ଥ ଏବଂ ଫିଟ୍ ରହିଲେ ସେ ସେମା ସୁରକ୍ଷା ବାହିନୀରେ ଯୋଗ ଦେବେ ଏବଂ ଦେଶର ସେବା କରିବାକୁ ଅନୁରୋଧ କରିଥିଲେ । ନିଯୁକ୍ତି ପୂର୍ବର ପ୍ରଶିକ୍ଷଣରେ ସେମାନଙ୍କୁ ସମସ୍ତ ସାହାଯ୍ୟ କରିବେ ବୋଲି ନିଶ୍ଚିତ କରିଛନ୍ତି।