ମାଲକାନଗିରି:ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଏମଭି-୭୯ ଠାରେ ଅବସ୍ଥାପିତ ବିଏସଏଫ କ୍ୟାମ୍ପରେ ଆଜି ସକାଳେ ଏକ ଅଭାବନୀୟ ଘଟଣା ଘଟିଛି। ଦୁର୍ଭାଗ୍ୟବଶତଃ ଜଣେ ଯବାନଙ୍କ ବନ୍ଧୁକରୁ ଅଚାନକ ଗୁଳି ଫୁଟିବା ଫଳରେ ଘାସ ବାଛୁଥିବା ଜଣେ ଯବାନଙ୍କ ପେଟରେ ଗୁଳି ବାଜିଥିଲା । ଯାହାଫଳରେ ସେ ଗୁରୁତର ହୋଇଥିଲେ । ତେବେ ଏହା କିପରି ହେଲା କାହାକୁ କିଛି ଜଣା ନଥିବା ବେଳେ ବିଭାଗୀୟ ତଦନ୍ତ ଚାଲୁଥିବା ବିଏସଏଫ ପକ୍ଷରୁ କୁହାଯାଇଛି ।
ଅନ୍ୟପଟେ ଗୁରୁତର ଆହତ ହୋଇଥିବା ଯବାନ ଜଣକ ହେଲେ ଭାସ୍କର ନାରାୟଣ ଦେବ ହୋଇଥିବା ବେଳେ ତାଙ୍କ ଘର ଆସାମର ଗୋଙ୍ଗାଇ ଗାଁଓ ଜିଲ୍ଲାରେ ବୋଲି ଜଣାପଡିଛି। ତେବେ ଆହତଙ୍କୁ ତୁରନ୍ତ ମାଲକାନଗିରି ମେଡିକାଲକୁ ସ୍ଥାନାନ୍ତର କରାଯାଇ ତାଙ୍କର ଚିକିତ୍ସା କରାଯିବା ସହ ତାଙ୍କ ପେଟରୁ ଗୁଳି ବାହାର କରାଯାଇଥିଲା। ଏନେଇ ଆହାତ ଯବାନ ଜଣକ ବର୍ତ୍ତମାନ ସୁସ୍ଥ ଥିବା ନେଇ ଡାକ୍ତର ସୂଚନା ଦେଇଛନ୍ତି। ଅନ୍ୟପଟେ ବିଏସଏଫ ପକ୍ଷରୁ ତାଙ୍କୁ ସମସ୍ତ ପ୍ରକାର ଚିକିତ୍ସାର ସହଯୋଗ କରାଯିବା ନେଇ କହିଛନ୍ତି ବିଏସ୍ଏଫ୍ ଡିସିଜି ।