ଓଡିଶା

odisha

By

Published : Aug 25, 2022, 3:44 PM IST

ETV Bharat / state

ଅସ୍ତ୍ରଶସ୍ତ୍ର ବିଷୟରେ ଜ୍ଞାନ କୌଶଳ ଶିଖିଲେ ଛାତ୍ରଛାତ୍ରୀ

ଅସ୍ତ୍ରଶସ୍ତ୍ର ବିଷୟରେ ଜ୍ଞାନ କୌଶଳ ପ୍ରଦାନ କରୁଛନ୍ତି BSF ଯବାନ। ଗ୍ରାମବାସୀ ଓ ଛାତ୍ରଛାତ୍ରୀମାନଙ୍କ ନିକଟତର ହବାକୁ BSFର ଆଉ ଏକ ପ୍ରୟାସ । ଅଧିକ ପଢନ୍ତୁ

ଛାତ୍ରଛାତ୍ରୀଙ୍କୁ ଅସ୍ତ୍ରଶସ୍ତ୍ର ବିଷୟରେ ଜ୍ଞାନ କୌଶଳ ଶିଖାଉଛନ୍ତି BSF ଜବାନ
ଛାତ୍ରଛାତ୍ରୀଙ୍କୁ ଅସ୍ତ୍ରଶସ୍ତ୍ର ବିଷୟରେ ଜ୍ଞାନ କୌଶଳ ଶିଖାଉଛନ୍ତି BSF ଜବାନ

ମାଲକାନଗିରି: ଦେଶ ସୁରକ୍ଷାରେ ସାମିଲ ହେବାକୁ ଛାତ୍ରଛାତ୍ରୀମାନଙ୍କ ପାଇଁ ପ୍ରଶିକ୍ଷଣ । ଅସ୍ତ୍ରଶସ୍ତ୍ର ବିଷୟରେ ଜ୍ଞାନ କୌଶଳ ପ୍ରଦାନ କରୁଛନ୍ତି BSF ଯବାନ । ଗ୍ରାମବାସୀ ଓ ଛାତ୍ରଛାତ୍ରୀମାନଙ୍କ ନିକଟତର ହବାକୁ ବିଏସଏଫର ଆଉ ଏକ ପ୍ରୟାସ । ଛାତ୍ରଛାତ୍ରୀ ଓ ଗ୍ରାମବାସୀ ମାନଙ୍କୁ ବିଏସଏଫ ବ୍ୟବହାର କରୁଥିବା ବିଭିନ୍ନ ପ୍ରକାର ଅସ୍ତ୍ରଶସ୍ତ୍ର ବିଷୟରେ ଜ୍ଞାନ କୌଶଳ ପ୍ରଦାନ କରୁଛନ୍ତି ଦକ୍ଷ BSF ଯବାନ ।

ଛାତ୍ରଛାତ୍ରୀଙ୍କୁ ଅସ୍ତ୍ରଶସ୍ତ୍ର ବିଷୟରେ ଜ୍ଞାନ କୌଶଳ ଶିଖାଉଛନ୍ତି BSF ଜବାନ

ଦିନ ଥିଲା ମାଓ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ମାଓବାଦୀଙ୍କ ଉପଦ୍ରବ ଏତେ ପରିମାଣରେ ବଢିଯାଇଥିଲା ଯେ ଗ୍ରାମବାସୀ ଏବଂ ଛୋଟଛୋଟ ପିଲାମାନଙ୍କୁ ପାଠପଢା ବନ୍ଦ କରିବାକୁ ପଡୁଥିଲା । କଳମ ଧରିବା ବଦଳରେ ବନ୍ଧୁକ ଧରୁଥିଲେ ଛାତ୍ରଛାତ୍ରୀ । ଏହି ଅଞ୍ଚଳର ସୁରକ୍ଷାବାହିନୀଙ୍କୁ ଟାର୍ଗେଟ କରି ମାରିବାକୁ ପ୍ରବର୍ତ୍ତା ଯାଉଥିଲେ। କିନ୍ତୁ କିଛିବର୍ଷ ମଧ୍ୟରେ ସ୍ଥିତିର ସୁଧାର ଆସିଛି । ବଦଳିଛି ମାଲକାନଗିରି ଜିଲ୍ଲାର ସ୍ଥିତି, ବଦଳିଛନ୍ତି ଏହି ଅଞ୍ଚଳର ନୀରିହ ଆଦିବାସୀମାନେ। ସରକାରଙ୍କ ବିକାଶମୂଳକ କାର୍ଯ୍ୟକ୍ରମ ଉପରେ ଭରସା କରିଛନ୍ତି। ଏଥିପାଇଁ ଗ୍ରାମବାସୀ ଓ ସ୍କୁଲ୍ ଛାତ୍ରଛାତ୍ରୀଙ୍କ ନିକଟତର ହେବାରେ ଲାଗିଛନ୍ତି ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ ଓ ଏଠାର ସୁରକ୍ଷା ଦାୟିତ୍ବରେ ଥିବା BSF ଯବାନମାନେ ।

ଯେଉଁଠି ପୁର୍ବରୁ ମାଓବାଦୀ ମାନେ ଗାଁ ଗାଁ ବୁଲି ପିଲାମାନଙ୍କୁ ବନ୍ଧୁକ ଧରି ଗୁଳି ଚଳାଇବା ଶିଖାଉଥିଲେ ସେଇଠି ଏବେ BSF ଯବାନମାନେ ଆତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଦେଖାଇବା ସହ ଏହା ବିସୟରେ ଛାତ୍ରଛାତ୍ରୀମାନଙ୍କୁ ବୁଝାଉଥିବା ଦେଖିବାକୁ ମିଳିଛି । ଜିଲ୍ଲାର ବଡପଡା ସ୍କୁଲ, ଡାଇକ୍ 3 ସ୍କୁଲ ଓ ବାଲିମେଳା ଶିଶୁ ମନ୍ଦିରର ଛାତ୍ରଛାତ୍ରୀମାନଙ୍କୁ ବାଲିମେଳାସ୍ଥିତ 88ବାଟାଲିୟନର କମାଣ୍ଡେଣ୍ଟ ଭିନୋଦ୍ ସୋରେନ ଙ୍କ ନେତୃତ୍ବରେ BSF ଯବାନମାନେ ଆଧୁନିକ ଅସ୍ତ୍ରଶସ୍ତ୍ର ଦେଖାଇ ଏହାର ବ୍ୟବହାର ବିସୟରେ ବୁଝାଇଛନ୍ତି ।

BSF ଲୋକଙ୍କ ନିକଟତର ହେବାପାଇଁ ସାଧାରଣ ଜନତାଙ୍କ ସୁରକ୍ଷା ପାଇଁ କିଭଳି କାମ କରୁଛି ଏହି ବିସୟରେ ବୁଝାଇଛି । BSFରେ ଯୋଗଦାନ କରିବା ପାଇଁ ସ୍ବାଧୀନତାର ଅମୃତ ମହୋତ୍ସବ ଏବଂ ଆସନ୍ତା ୫ ସେପ୍ଟମ୍ବର ଶିକ୍ଷକ ଦିବସ ଅବସରରେ ଏହି କାର୍ଯ୍ୟକ୍ରମ କରାଯାଉଥିବା କହିଛନ୍ତି BSF DIG ଶୈଳେନ୍ଦ୍ର କୁମାର ସିହ୍ନା କହିଛନ୍ତି ।

ଇଟିଭି ଭାରତ, ମାଲକାନଗିରି

ABOUT THE AUTHOR

...view details